ଅପରାଧଓଡିଶା

୩ ଲକ୍ଷ ଦିଅ, ମୋତେ ନିଅ

କରିଛି ମୋ ଅପହରଣ, ୩ ଲକ୍ଷ ଦିଅ , ମୋତେ ମୋ ଠୁ ଫେରେଇ ନିଅ . . . .ଫଟୋରେ ଦେଖୁଥିବା ଏ ଯୁବକ ଜଣକ ରଚିଛନ୍ତି ଏମିତି ନାଟକ । ନିଜେ କରିଛନ୍ତି ନିଜ ଅପହରଣର ଡ୍ରାମା । ଆଉ ନିଜ ବାପାଙ୍କ ପାଖରେ ଅପହରଣକାରୀ ସାଜି କରିଛନ୍ତି ୩ ଲକ୍ଷର ଡିମାଣ୍ଡ ।
ନୂଆପଡା ଜିଲ୍ଲା ଜୋଙ୍କ ଥାନା ବୁଏରଭାଡ଼ି ଗାଁର ବୈକୁଣ୍ଠ ନାଏକ କରିଛନ୍ତି ଏଭଳି କାଣ୍ଡ । କିନ୍ତୁ ନିଜେ ରଚିଥିବା ନାଟକରେ ପଇସା ହାତେଇବା ଆଗରୁ ପୋଲିସ ପଞ୍ଝାରେ ପଡିଯାଇଛନ୍ତି । ବୈକୁଣ୍ଠ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିଲେ । ଅନ୍ୟ ଜାତିରେ ବିବାହ ହେତୁ ପରିବାର ଲୋକେ ତାଙ୍କୁ ଆପଣାଇନଥିଲେ, ତେଣୁ ତେଣୁ ସେ ତାଙ୍କ ପତ୍ନୀଙ୍କୁ ଧରି ଏକୁଟିଆ ବାହାରେ ରହୁଥିଲେ। ହେଲେ ଅର୍ଥାଭାବରୁ ପରିବାର ଚଳାଇବା ତାଙ୍କ ପକ୍ଷେ ସମ୍ଭବ ହେଉନଥିଲା,ଅନ୍ୟ ଜାତିରେ ବିବାହ କରିଥିବାରୁ ବାପାଙ୍କୁ ଟଙ୍କା ମାଗିଲେ ବି ତାଙ୍କ ବାପା ତାଙ୍କୁ ଟଙ୍କା ପଇସା ଦେଉନଥିଲେ । ତେଣୁ ଟଙ୍କା କେଉଁଠୁ ଆଣିବେ ଭାବି କାହାକୁ କିଛି ନକହି ତାମିଲ୍ନାଡୁର ମୁଦୁରାଇରେ ରହୁଥିବା ନିଜ ସାଙ୍ଗମାନଙ୍କ ପାଖକୁ ଚାଲିଯାଇଥିଲେ। ତା ପରେ ନିଜ ଅପହରଣର ନାଟକ ରଚିଥିଲେ । ନିଜେ ଭିଡିଓ ଶୁଟ୍ କରି ବାପାଙ୍କ ପାଖକୁ ପଠାଇ ୩ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ହେଲେ ଟଙ୍କା କ’ଣ ଆଦାୟ କରିବେ ପୁଲିସ୍ ପଞ୍ଝାରେ ପଡ଼ିଗଲେ ବୈକୁଣ୍ଠ ।

Related posts

ହର୍ସାଟ୍ରଷ୍ଟ୍ ପକ୍ଷରୁ ସୁଖିଲାଖାଦ୍ୟ ବଣ୍ଟନ

mahabharatanews

କରୋନା ସୂଚନା ପାଇଁ ହେଲପଡେସ୍କ ଆରମ୍ଭ

mahabharatanews

ରଥଯାତ୍ରା ଆଉ ମାତ୍ର ୧୧ଦିନ ,୧୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ

mahabharatanews