ଓଡିଶା

ବଜ୍ରାଘାତରେ ଚାଲିଗଲା ୩ ଜୀବନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ଘଟିଛି ହୃଦୟବିଦାରକ ଘଟଣା । ବ୍ରଜାଘାତରେ ଚାଲିଯାଇଛି ୩ ଜଣ ଛାତ୍ରଛାତ୍ରୀଙ୍କ ଜୀବନ । ଛେଳି ଚରାଉଥିବା ବେଳେ ହଠାତ୍ ବର୍ଷର୍ା ହେବାରୁ ଏକ ଗଛ ମୂଳରେ ସେମାନେ ଆଶ୍ରୟ ନେଇଥିଲେ । କିନ୍ତୁ ଗଛ ମୂଳରେ ଛିଡ଼ା ହୋଇଥିବା ଅବସ୍ଥାରେ ହଠାତ୍ ବଜ୍ରପାତ ହୋଇଥିଲା ।
ଚାନ୍ଦୁଆ ଥାନା ଅଧୀନ ବାଘୁଆଶୋଳ ଗାଁର ୧୦ମ ଶ୍ରେଣୀ ଛାତ୍ର ବାବୁଲ ନାୟକ, ଷଷ୍ଠ ଶ୍ରେଣୀ ଛାତ୍ରୀ ବର୍ଷା ନାୟକ ଓ ନବମ ଶ୍ରେଣୀ ଛାତ୍ର ସୁଜିତ ନାୟକ ସାଥୀ ହୋଇ ଘରଠାରୁ କିଛି ଦୂରରେ ଛେଳି ଚରାଉଥିଲେ। ଛେଳି ଚରାଇବା ବେଳେ ହଠାତ୍ ବର୍ଷା ହୋଇଥିଲେ। ତିନି ଜଣ ଯାକ ବର୍ଷାରୁ ବର୍ତ୍ତିବାକୁ ଗୋଟିଏ ଗଛ ମୂଳରେ ଛିଡା ହୋଇଥିଲେ । ହଠାତ୍ ବଜ୍ରପାତ ହୋଇଥିଲା ଓ ୩ ଜଣ ଯାକ ସେଠାରେ ଅଚେତ ହୋଇ ପଡିଥିଲେ । ଲୋକେ ସେମାନଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ ନେଇଯାଇଥିଲେ, କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଚରୁଥିବା ଛେଳିଙ୍କ ମଧ୍ୟରୁ ୧୮ରୁ ମୃତ୍ୟୁବରଣ କରିଛନ୍ତି ।

 

Related posts

ରାଇସ ମିଲ ପ୍ରତିଷ୍ଠା ଲାଗି ପଞ୍ଜିକରଣ ଆବଶ୍ୟତା ନାହିଁ : ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ

mahabharatanews

ସମସ୍ତଙ୍କ ମଙ୍ଗଳ ପାଇଁ ଆମେ ଫାଇନ ଆଦାୟ କରୁଛୁ: ଡିଜିପି

mahabharatanews

ସ୍ୱାସ୍ଥ୍ୟ କର୍ମଚାରୀଙ୍କର ନିଆରା ଢ଼ଙ୍ଗରେ କରୋନା ସଚେତନତା

mahabharatanews