ଭାରତ

ଅଚାନକ ଭୁଶୁଡିଗଲା ଇନଡୋର ଷ୍ଟାଡିୟମ

(ତେଲେଙ୍ଗାନା) : ଅଚାନକ ଭୁଶୁଡି ଗଲା ଇନଡୋର ଷ୍ଟାଡିୟମ । ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଏଭଳି ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୧୦ଜଣ ଆହତ ହୋଇଥିବାବେଳେ ୨ଜଣଙ୍କର ମୃତ୍ୟୁ ଘଟିଛି। ବିଲଡିଂରେ ଉଦ୍ଧାର କାର୍ଯ୍ୟ ଚାଲିଛି।

 ସୂଚନାନୁସାରେ, ଏପର୍ଯ୍ୟନ୍ତ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମେସିନ୍ ମାଧ୍ୟମରେ ଭଗ୍ନାବଶେଷକୁ ଆଡେଇ ଉଦ୍ଧାର କରାଯାଉଛି । ତେଲେଙ୍ଗାନାର ମୋଇନାବାଦରେ ନିର୍ମାଣାଧୀନ ଏକ ଘରୋଇ ଇନଡୋର ଷ୍ଟାଡିୟମରେ ଏହି ଘଟଣା ଘଟିଛି। ଯେଉଁଠାରେ ନିର୍ମାଣାଧୀନ ଏକ କୋଠା ହଠାତ୍ ଭୁଶୁଡି ପଡିଛି।  ୨ ଟି ମୃତଦେହ ଉଦ୍ଧାର କରାଯାଇଛି ବର୍ତ୍ତମାନ ଆହତଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ମୃତକଙ୍କ ପାଇଁ କ୍ଷତିପୂରଣ ସହ ଆହତଙ୍କ ଚିକିତ୍ସା ଲାଗି ସହାୟତା ଘୋଷଣା କରିଛନ୍ତି ତେଲେଙ୍ଗାନା ରାଜ୍ୟ ସରକାର ।

 

Related posts

ବର୍ଷା ବିତ୍ପାତ, ୬ ଜିଲ୍ଲାରେ ସ୍କୁଲ ବନ୍ଦ 

mahabharatanews

ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ

mahabharatanews

ଏହି ଅଞ୍ଚଳରେ ଧାରା ୧୪୪ ବଳବତ୍ତର

mahabharatanews