ଭାରତ

ଟନେଲରେ ଫସି ରହିଥିବା ଶ୍ରମିକ ଖାଇବେ ପ୍ରଥମ ରନ୍ଧା ଖାଦ୍ୟ

(ଉତ୍ତରକାଶୀ) :  ଆଜି ଦଶମ ଦିନରେ ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ଶ୍ରମିକଙ୍କ ଆସିଲା ଭିଡ଼ିଓ । ଫସି ରହିଥିବା ଶ୍ରମିକଙ୍କୁ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି । ପାଇପ ସାହାଯ୍ୟରେ ସେମାନଙ୍କ ପାଖରେ ଏହି ଖାଦ୍ୟ ପହଞ୍ଚାଇବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଟିମ । ଏକ ବୋତଲରେ ଗରମ ଗରମ ଖେଚେଡି ଶ୍ରମିକଙ୍କ ପାଖକୁ ପଠାଯାଇଛି । ଏଥିସହିତ ଭିତରର ଭିଡିଓ ପ୍ରଥମ ଥରପାଇଁ ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ, ଶ୍ରମିକମାନେ ଭିତରେ କେମିତି ଅବସ୍ଥାରେ ଅଛନ୍ତି ତାହା ଏହି ଭିଡିଓରୁ ଜଣାପଡ଼ିଛି । ଘଟଣାସ୍ଥଳରେ ଥିବା ଅଧିକାରୀମାନେ ୱାକି ଟକି ଜରିଆରେ ଶ୍ରମିକଙ୍କ ସହ କଥାବାର୍ତ୍ତା କରିଛନ୍ତି । । ସମସ୍ତେ ସୁରକ୍ଷିତ ଥିବା ନଜର ଆସିଛି । ତେବେ ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହୋଇଯିବେ ବୋଲି କୁହାଯାଉଛି । ସେପଟେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଦୁଇଟି ରୋବଟକୁ ଟନେଲ ଭିତରକୁ ପଠାଯିବ । ସେହି ଦୁଇଟି ରୋବଟର ଓଜନ ୨୦ କେଜି ଓ ୫୦କେଜି । ଫସିଥିବା ଶ୍ରମିକଙ୍କ ଲାଗି ସ୍ବତନ୍ତ୍ର ଖାଦ୍ୟ ପଦାର୍ଥ ବ୍ୟବସ୍ଥା କରାଯାଇଛି ।

Related posts

ଥମୁନି ମଣିପୁର ହିଂସା : ରାଜପଥ-୨ରେ ବଡ଼ ଧରଣର ଅବରୋଧ 

mahabharatanews

ରାଏବରେଲିରୁ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କଲା ବିଜେପି  

mahabharatanews

ଆନ୍ଧ୍ରପ୍ରଦେଶ କେମିକାଲ୍‌ କମ୍ପାନିରେ ଗ୍ୟାସ୍‌ ଲିକ୍‌; ଡାକ୍ତରଖାନାରେ ଭର୍ତ୍ତି ହେଲେ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ ମହିଳା କର୍ମଚାରୀ

mahabharatanews