Uncategorized

ଫୁଲୱାମାରେ ସେନା, ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ, ୩ ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଫୁଲୱାମାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ହିଜବୁଲର ଟପ୍ କମାଣ୍ଡର କାସିମ ଶାହା ସହ ହିଜବୁଲର ୱାସିତ ଅହମ୍ମଦ ପାରେ ଏବଂ ହରିସ ମଞ୍ଜୁର ଭଟ ଅଛନ୍ତି। ଗତକାଲି ସୁରକ୍ଷା ବଳକୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା କି, ଫୁଲୱାମା ଜିଲ୍ଲାର ତ୍ରାଲର ଚେୱା ଉଲାର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହି କୌଣସି ଅଘଟଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ପରେ ସୁରକ୍ଷା ବଳ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ନିଜକୁ ଘେରି ରହିଥିବା ଦେଖି ସୁରକ୍ଷା ବଳ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ।
ଏହାର ପ୍ରତିବଦଳରେ ସୈନିକମାନେ ପ୍ରଥମେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଘୋଷଣା କରିଥିଲେ । ଏହା ସତ୍ତ୍ୱେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିଲା। ରାତିର ଅନ୍ଧକାର ହେତୁ ଅପରେସନ ବନ୍ଦ ହୋଇଯାଇଥିଲା। ସକାଳେ ପୁଣି ଥରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ସମୟରେ ସୁରକ୍ଷା ବଳର ମିଳିତ ଦଳ ତିନି ଜଣ ଆତଙ୍କବାଦୀଙ୍କୁ ଗୁଳିକରିବାରେ ସକ୍ଷମ ହୋଇଥିଲେ।

Related posts

ତିହାର ଜେଲରେ ପବନ ଜହ୍ଲାଦର ଫାଶୀ ଅଭ୍ୟାସ

mahabharatanews

ହୋଲି ମିଳନରେ ସାମିଲ ହେବେ ନାହିଁ ମୋଦି, ଶାହା, ନଡ୍ଡା

mahabharatanews

ସଡକ ସୁରକ୍ଷା: କାରର ଆଗ ସିଟ ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ ହେବ

mahabharatanews

Leave a Comment