ଓଡିଶା

୩୦ଟି ବଗି ଛାଡ଼ି ପଳାଇଲା ଇଞ୍ଜିନ୍

(ଭଦ୍ରକ) : ପୁଣି ବଗି ଛାଡ଼ି ପଳାଇଲା ଇଞ୍ଜିନ୍ । ଗୋଟେ ନୁହେଁକି ୧୦ଟି ନୁହଁ ଏକାସଙ୍ଗେ ୩୦ଟି ବଗି ଛାଡ଼ି ପଳାଇଛି ମାଲବାହୀ ଟ୍ରେନ୍ ଇଞ୍ଜିନ୍ ।  ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ ନିକଟରେ । ଖଡ଼ଗପୁରରୁ ଆସୁଥିବା ମାଲବାହୀ ଟ୍ରେନ୍‌ର  ୬୦ ବଗିରୁ ଚରମ୍ପା ଷ୍ଟେସନ ନିକଟରେ ଏହା ମଝିରୁ ଛିଡ଼ି ଯାଇଥିଲା । ଫଳରେ ପ୍ରଥମ ୩୦ ବଗି ଧରି ଇଞ୍ଚିନ ପଳାଇଥିଲା ଆଉ ପଛରେ ରହିଯାଇଥିଲା ୩୦  ବଗି ।

ସୂଚନାନୁଯାୟୀ , ଇଞ୍ଜିନ ପଛକୁ ଫେରି ବଗି ଗୁଡ଼ିକ ଯୋଡ଼ିବା ପରେ ଟ୍ରେନ୍ ପୁଣି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା । ସୌଭାଗ୍ୟବଶତଃ ସେହି ସମୟରେ ସେହି ଟ୍ରାକରେ କୌଣସି ଗାଡ଼ି ଆସୁନଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଯାଇଛି । ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ୍‌ରେ ଗତ ବୁଧବାର ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଥିଲା ।

 

Related posts

୧୮ ଜିଲ୍ଲାରେ ପ୍ରବଳ ବର୍ଷିବ!

mahabharatanews

ନଈ ପାଣିରେ ଭାସି ଗଲେ ବାପ-ପୁଅ

mahabharatanews

ବିଶ୍ୱରେ ଭାଇରଲ ହେଇଥିବା କିଲି ପଲଙ୍କୁ ମରଣାତ୍ମକ ଆକ୍ରମଣ

mahabharatanews