ଓଡିଶା

ନାରାୟଣପାଟଣାରେ ମାଓ ବ୍ୟାନର ଜବତ

(ନାରଣପାଟଣା) : ଦୀର୍ଘ ଦିନ ପରେ ପୁଣି ମାଓବାଦୀ ନାରାୟଣପାଟଣା ବ୍ଲକ୍‌ରେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ବ୍ୟାନର ଲଗାଇ କୁମ୍ଭାରୀ ପଞ୍ଚାୟତର ଚିନ୍ତାଗୁଡ଼ା ଗାଁ ନିକଟରେ ଝଞ୍ଜାବତୀ ନଦୀରେ ନିର୍ମାଣ ହେବାକୁ ଥିବା ଚିନ୍ତାଗୁଡ଼ା ଡ୍ୟାମ୍‌କୁ ବିରୋଧ କରିଛନ୍ତି। ସେହିପରି ମାଙ୍କଡ଼ଝୋଲାରେ ନିର୍ମାଣ ହେଉଥିବା ପୋଲକୁ ବିରୋଧ କରି ଚେତାବନୀ ଦେଇଛନ୍ତି।

ସୂଚନାନୁଯାୟୀ ,  ପୋଷ୍ଟର ଦେଖି ସ୍ଥାନୀୟ ଲୋକେ ଭୟବିତ ହୋଇଯାଇଛନ୍ତି । ଅନ୍ୟପକ୍ଷରେ ବ୍ୟାନର ସଂପର୍କରେ ଖବର ପାଇ ଲକ୍ଷ୍ମୀପୁର ଏସ୍‌ଡିପିଓ ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ୟାନରକୁ ଜବତ କରିବା ପରେ ତଦନ୍ତ ଆରମ୍ଭ ହୋଇଛି।

Related posts

ଆଜିଠୁ ଶୀତ ଅଧିବେଶନ

mahabharatanews

ବରଯାତ୍ରୀ ବସକୁ ୩.୭୦ ଲକ୍ଷ ଫାଇନ୍

mahabharatanews

ଭୁବନେଶ୍ୱରରେ ଉପରାଷ୍ଟ୍ରପତି

mahabharatanews