Uncategorized

ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କଲାଣି

ନୂଆଦିଲ୍ଲୀ: ୨୦୨୦ ଜାନୁଆରିରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଲାଣି । ଜମ୍ମୁ କାଶ୍ମୀରର ବିଭିନ୍ନ ନିୟନ୍ତ୍ରଣ ରେଖାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କେବଳ ଅସ୍ତ୍ରବିରତି ନୁହେଁ ବରଂ ସୀମାପାର ଆତଙ୍କବାଦ, ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ଡ୍ରଗ୍ସ ଚୋରାଚାଲାଣ କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ ଉଲ୍ଲେଖ କରାଯାଇଛି । ଡ୍ରଗ୍ସ ଚୋରାଚାଲାଣ ଓ ଅସ୍ତ୍ରଶସ୍ତ୍ର ଚାଲାଣ ପାଇଁ ଡ୍ରୋନର ବ୍ୟବସ୍ଥା କରାଯାଉଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅନ୍ତର୍ଜାତୀୟ ସୀମା ନିୟମ ଉଲ୍ଲଂଘନ କରୁଥିବାରୁ ପାକ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରାଳୟ କହିଛି ।

Related posts

ଅଣ୍ଡର ୱାଲ୍ଡ ଡନ୍ ଦାଉଦ, ତାର ପତ୍ନୀ କରୋନା ଆକ୍ରାନ୍ତ

mahabharatanews

ସମୟୋପଯୋଗୀ ନିଷ୍ପତ୍ତି ସଂକ୍ରମଣ ରୋକିବାରେ ସହାୟକ ହୋଇଛି: ମୋଦି

mahabharatanews

ସୋସିଅ।ଲ ମିଡିଅ।ରେ ଝିଅର ପ୍ରଥମ ଫଟୋ ସେୟାର କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

mahabharatanews