Uncategorized

ଆମେରିକୀୟ ନୌସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ୱାସିଂଟନ: ଆମେରିକୀୟ ନୌସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ନେଭି ଟି-୬ବି ଟେକ୍ସାନ୨ ଆମେରିକାର ଅଲବାମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି ।
ୟୁଏସ ନାଭି ପକ୍ଷରୁ ସୂଚନା ଦିଆଯାଇଛି, ଗତକାଲି ତାଲିମ କାଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନ ଉଡାଣ ଭରିବା ପରେ ପ୍ରାୟ ୩୦ ମାଇଲ ଦୂର ଯିବା ପରେ ଏହା ଦୁର୍ଘଟଣା ହୋଇଥିଲା । ଏବେ ଘଟଣାର ତଦନ୍ତ କରାଯାଉଛି। ନୌସେନାର ସ୍ଥାନୀୟ ଅଧିକାରୀ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ବିମାନ ଦୁର୍ଘଟଣାରେ ଗୋଟିଏ ଘରେ ନିଆଁ ଲାଗିଥିଲା। ମାତ୍ର ଏଥିରେ କେହି ହେଲେ ଆହତ ହୋଇ ନାହାନ୍ତି।

 

Related posts

ଦିଲ୍ଲୀ ସିଏଏ ହିଂସା: ଆଜି ଯାଚିକାର ସୁପ୍ରିମକୋର୍ଟ କରିବେ ଶୁଣାଣି

mahabharatanews

ମହିଳା ଗୋଷ୍ଠୀ କେନ୍ଦ୍ର ଓ ଦୋଳ ମଣ୍ଡପ ଉଦଘାଟନ

mahabharatanews

ତାହିର ହୁସେନଙ୍କ ନାଁରେ ଇଡିର ମାମଲା

mahabharatanews