(କଳାହାଣ୍ଡି): କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିଂ ଅଧିକାରୀ ସସପେଣ୍ଡ । କଳାହାଣ୍ଡି ଲୋକସଭା କ୍ଷେତ୍ର ନାର୍ଲ୍ଲା ବିଧାନସଭା ଅନ୍ତର୍ଗତ ତେଜଂଶୁ ସାହା ସସପେଣ୍ଡ ହୋଇଛନ୍ତି । ବ୍ରହ୍ମପୁରରେ ଜଣେ ମଧ୍ୟ ସସପେଣ୍ଡ ହୋଇଛନ୍ତି । ଚିକିଟିରେ ହୋଇଥିବା ଘଟଣା ନଜରକୁ ଆସିଛି । ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାନୁଯାୟୀ , ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୯.୩% ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି। ସକାଳ ୭ଟାରୁ ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ।