ଅପରାଧଓଡିଶା

ନାବାଳିକା ସହ ଶାରୀରିକ ସମ୍ପର୍କ ! ଏବେ ଭିଡିଓ ଭାଇରାଲ

(ସାଲେପୁର) ; ପ୍ରଥମେ ପ୍ରେମ ତାପରେ ବିବାହର ପ୍ରଲୋଭନ ଦଖୋଇ ଶାରୀରିକ ସମ୍ପର୍କ ଆଉ ବିବାହ କରିବାକୁ କହିବାରୁ ଭିଡିଓ ଭାଇରାଲ କଲା ଯୁବକ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳରେ । ସୂଚନା ଅନୁଯାୟି ଗତ ୨ ବର୍ଷ ତଳେ ନାବାଳିକା ଛାତ୍ରୀ ଜଣଙ୍କ ସହିତ ଫେସବୁକ ଜରିଆରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କର ସମ୍ପର୍କ ଗଢିଉଠିଥିଲା । ସମ୍ପର୍କ ନିବିଡ ହେବାପରେ ବିବାହର ପ୍ରତିଶୃତି ଦେଇ ଯୁବକ ଜଣଙ୍କ ଅନେକ ଥର ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏମିତି କି ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଓ ଭିଡିଓକୁ ମୋବାଇଲରେ ରେକର୍ଡ କରିଥିଲେ । ଛାତ୍ରୀଙ୍କର ଇନଷ୍ଟାଗ୍ରାମର ପାସୱାର୍ଡ ଦେଇ ଯୁବକ ଜଣଙ୍କ ରଖିବା ସହ ବ୍ୟବହାର କରୁଥିଲା ।ହେଲେ ବିବାହ ପାଇଁ ଛାତ୍ରୀ ଜଣଙ୍କ ସମ୍ପୃକ୍ତ ଯୁବକ ଜଣଙ୍କୁ କହିବାରୁ ଯୁବକ ଜଣଙ୍କ ପ୍ରତାରଣା କରିବା ସହ ଛାତ୍ରୀ ଜଣଙ୍କର ଇନଷ୍ଟାଗ୍ରାମରେ ଯୁବକ ଜଣଙ୍କ ପାସୱାର୍ଡ ଦେଇ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଓ ଭିଡିଓକୁ ଭାଇରାଲ୍ କରିଦେଇଥିଲେ । ଏହା ଜାଣିବା ପରେ ପୀଡିତା ଛାତ୍ରୀ ଜଣଙ୍କ ପରିବାର ସହ ଯାଇ ଜଗତପୁର ଥାନାରେ ସଂପୃକ୍ତ ଯୁବକଙ୍କ ନାମରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

ରାଷ୍ଟ୍ରୀୟ ମାର୍ଯ୍ୟାଦାରେ ହେବ ସରୋଜ ଦାସଙ୍କ ଶେଷକୃତ୍ୟ

mahabharatanews

୬ଟାରୁ  ଶ୍ରୀଜିଉଙ୍କୁ ଦର୍ଶନ ମନା

mahabharatanews

ଆସନ୍ତା ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା 

mahabharatanews