ଅପରାଧ

କଫ ସିରଫ ଜବତ, ୪ ଗିରଫ

(ମଧୁସୂଦନ ବହିଦାର, ବଲାଙ୍ଗୀର): ପାଟଣାଗଡ ପୋଲିସ ରବିବାର ୪ ଜଣ କଫ ସିରପ୍ ବେପାରୀଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ସ୍ଥ।।ନୀୟ ଅଞ୍ଚଳରେ କଫ ସିରପ ଚାଲାଣ ସମ୍ପର୍କରେ ପାଟଣାଗଡ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଗତକାଲି ସନ୍ଧ୍ୟା ୭ଟା ସମୟରେ ଏସଆଇ ବିଷ୍ଣୁ ପ୍ରସାଦ ଶବରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ବରପଦର ବ୍ରିଜ୍ ନିକଟରେ ଲରମ୍ଭା ପଟୁ ଆସୁଥିବା ଏକ କାରକୁ ଅଟକାଇଥିଲା । ତେବେ ଯାଞ୍ଚ ସମୟରେ ଗାଡି ଭିତରୁ ୭୭ ବୋତଲ କଫ ସିରଫ ଜବତ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଗାଡି ଡ୍ରାଇଭରଙ୍କ ସମେତ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪ଟି ମୋବାଇଲ ସହ ନଗଦ ୨ ହଜାର ଟଙ୍କା ଜବତ ହୋଇଛି । ପାଟଣାଗଡ ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଆଜି ସମସ୍ତ ଅଭିଯୁକ୍ତଙ୍କ କୋଭିଡ ଟେଷ୍ଟ ପରେ କୋର୍ଟଚାଲାଣ କରିଥିବା ସୂଚନା ମିଳିଛି ।

Related posts

କମ୍ପ୍ୟୁଟର ସେଣ୍ଟରରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

mahabharatanews

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

mahabharatanews

ଜୁଇରୁ କୁଆଁରୀ ଝିଅର ଦରପୋଡା ମାଂସ ଖାଇବାକୁ ନେଇ ଉତ୍ତେଜନା

mahabharatanews