ଅପରାଧ

ଛତ୍ରପୁର ପୋଲିସ ପଞ୍ଝାରେ ବାଇକ ଲୁଟେରା

ରଜନୀକାନ୍ତ ପାତ୍ର/ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ଛତ୍ରପୁର ପୋଲିସ ପାଇଁ ଗତ କିଛି ଦିନ ଧରି ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ଏକ ଚୋର ଗ୍ୟାଙ୍ଗର ୪ ବାଇକ ଲୁଟେରାଙ୍କୁ ପୋଲିସ କାବୁ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପପୁ ହାତି, ସୁରଜ ଖୁଣ୍ଟିଆ, ଅଜିତ ବେହେରା ଓ ରବି ନାରାୟଣ ଖୁଣ୍ଟିଆ। ଏମାନଙ୍କୁ ଗିରଫ କରାଯିବା ସହ ପୁଲିସ ଏମାନଙ୍କ ନିକଟରୁ ୯ଟି ଗାଡି ଜବତ କରିଛି ।
ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଛତ୍ରପୁର ଅଞ୍ଚଳରେ ବାଇକ୍ ଲୁଟ୍ର ଅନେକ ମାମଲା ଆସିଛି। ଯାହା ପୋଲିସ ପାଇଁ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କିନ୍ତୁ ଏବେ ଆକ୍ସନ ମୋଡ଼ରେ ଆସିଛି ପୋଲିସ। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ୯ଟି ଗାଡ଼ି ଜବତ କରିଛି। ଏମାନେ ବାହାର ଜିଲ୍ଲାରେ ମଧ୍ୟ ନିଜର ନେଟୱର୍କ ବିସ୍ତାର କରିଥିଲେ। ଗାଡି ଚୋରି କରି ଏହି ଲୁଟେରାମାନେ ପ୍ରଥମେ ଗାଡିର ନମ୍ବର ଓ ବିଭିନ୍ନ ପାର୍ଟ ବଦଳାଇ ବିକ୍ରି କରୁଥିବା ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ଏହି ଲୁଟେରା ଗ୍ୟାଙ୍ଗରେ ଆହୁରି ଅନେକ ସାମିଲ ଥିବା ପୁଲିସ ସନ୍ଦେହ କରି ତଦନ୍ତ ଚଳାଇଛି ।

SR

 

Related posts

ଅମିତାଭଙ୍କ ଘରେ ବୋମା ମାଡ ଧମକ

mahabharatanews

ଉଗ୍ର ରୂପ ନେଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡା, ସ୍ତ୍ରୀର ମୁଣ୍ଡଗଣ୍ଡି କଲା ଅଲଗା

mahabharatanews

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

mahabharatanews