ଓଡିଶା

ସୁର୍ଯ୍ୟେନ୍ଦୁ ପାଠାଗାର ତରଫରୁ ଗୋଷ୍ଟାଷ୍ଟମୀ ପାଳନ କରାଯାଉଛି

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ଓଡ଼ିଶା ସରକାରଙ୍କ ଦ୍ୱାରା ଗୋ ସପ୍ତାହ ୬ବର୍ଷ ଧରି ପାଳନ କରାଯାଉଥିବା ବେଳେ ମକରଝୋଳ ଗ୍ରାମରେ ଦୀର୍ଘ ୩୦ ବର୍ଷ ଧରି ଏହି କାର୍ୟ୍ୟକ୍ରମ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ମକରଝୋଳ ଗ୍ରାମରେ ଗୋଷ୍ଟାଷ୍ଟମୀ ପାଳିତ ହୋଇଆସିଛି । କୋଭିଡ କଟକଣା ମଧ୍ୟରେ ସମସ୍ତ ବିଧି ବିଧାନରେ ପୂଜା କାର୍ୟ୍ୟକ୍ରମ ସମ୍ପର୍ଣ୍ଣ କରାଯାଇଛି। ଏହି କାର୍ୟ୍ୟକ୍ରମ ରେ ସୋମନାଥ ସାହୁ ,ରଞ୍ଜନ ସାହୁ, ଲୋକନାଥ ସାହୁ,ଦୀନବନ୍ଧୁ ସାହୁ,ଉଜ୍ଜ୍ବଳ କୁମାର ସାହୁ, ଦେଶିଟି ଜିତେନ୍ଦ୍ର,କ୍ଷେତ୍ରବାସୀ ସାହୁ ,ଗୌତମ କୁମାର ବାଡତ୍ୟା,ଗାୟତ୍ରୀ ବାଡତ୍ୟା, ବିଷ୍ଣୁପ୍ରିୟା ବାଡତ୍ୟା ସହଯୋର ହାତ ବଢ଼ାଥିବା ବେଳେ ପୁରୋହିତର ଗୁରୁ ଦାୟିତ୍ଵ ଲଳିତ ପାଠି ବହନ କରିଥିଲେ।
ମକରଝୋଳ ଗ୍ରାମରେ ଏହା ଏକ ନିଆରା ପର୍ବ । ଏହି ଗୋଷ୍ଟାଷ୍ଟମୀରେ ଲୋକମାନଙ୍କୁ ଗୋପାଳନ ତଥା ଗୋ ସୁରକ୍ଷାର ମନ୍ତ୍ର ପ୍ରଦାନ କରାଯାଏ ଏବଂ ଗ୍ରାମବାସୀଙ୍କୁ ପଶୁ ପ୍ରେମୀ ହେବାକୁ ବାର୍ତ୍ତା ପ୍ରଦାନ କରାଯାଏ। ଏହି ଗୋଷ୍ଟାଷ୍ଟମୀ ପ୍ରତିବର୍ଷ ପାଳନ କରିବା ହେତୁ ଗାଁର ପ୍ରତେକ ଲୋକ ଗୋ ପାଳନ କରିବା ପାଇଁ ଆଗ୍ରହ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।

SR

Related posts

ଛାତ୍ରୀଙ୍କ ସ୍ୱପ୍ନକୁ ଉଡାଣ ଦେବାକୁ ଫାଇବ-ଟି ସଚିବଙ୍କ ପ୍ରଶଂସନୀୟ ଉଦ୍ୟମ

mahabharatanews

ଆଇଜି କଲେଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ୱାରା ପ୍ଲାଜମା ଥେରାପିର ଶୁଭାରମ୍ଭ

mahabharatanews