ଅପରାଧଓଡିଶା

ବମିଖାଲ ପୂଜାମଣ୍ଡପରେ ୧୫ ମିନିଟରେ ଚୋରି ହେଲା ୪ଟି ଚେନ

ଭୁବନେଶ୍ୱର: ପୂଜା ମଣ୍ଡପରେ ମାତିଲେ ଲୁଟେରା । ପାର୍ବଣ ବେଳେ ପୋଲିସିର ସାମ୍ନାରୁ  ଲୁଟି ନେଲେ  ସୁନା ଗହଣା । ଭୁବନେଶ୍ୱର ବମିଖାଲ ପୂଜାମଣ୍ଡପରେ ଚେନ ଲୁଟେରାଙ୍କ  ଆତଙ୍କ । ୧୫ ମିନିଟରେ ପୂଜାମଣ୍ଡପରୁ ନେଇଗଲେ  ୧୦ ଭରିର ୪ଟି ସୁନା ଚେନ । ସକାଳ ୧୦ଟା ୩୦ ମିନିଟ ରୁ ୧୦ଟା ୪୫ ମଧ୍ୟରେ ଦୁର୍ଗା ମଣ୍ଡପରୁ  ଭକ୍ତଙ୍କ ଠାରୁ ଝାମ୍ପିନେଲେ ସୁନା ଚେନ । ଚେନ ଜୋରି ପରେ ଭୋ ଭୋ ହୋଇ କାନ୍ଦିଲେ ମହିଲା ।  ଅଷ୍ଟମୀ ରେ ମା’ ଙ୍କ ଦର୍ଶନ ପାଇଁ ବମିଖାଲ ମଣ୍ଡପ ଆସିଥିବା ୪ ମହିଳା ଶ୍ରଦ୍ଧାଳୁଙ୍କ ଠାରୁ ସୁନା ଚେନ ଲୁଟ ହୋଇଛି। ଏନେଇ ପିସିଆରକୁ ଜଣାଇବା ପରେ ଛାନଭିନ ଆରମ୍ଭ ହୋଇଛି। ଲୁଟ ପଛରେ ଏକ ମହିଳା ଲୁଟେରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। କିଛି ମହିଳା ସନ୍ଦେହଜନକ ଭାବେ ମଣ୍ଡପରେ ବୁଲୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅଭିଯୋଗ ପରେ ବମିଖାଲ ପୂଜା ମଣ୍ଡପର କର୍ମକର୍ତ୍ତା ସିସିଟିଭି ଯାଞ୍ଚ ଆରମ୍ଭ କରିଛନ୍ତି । ହଜାର ହଜାର ସଂଖ୍ୟାରେ ଶଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଅଷ୍ଟମୀରେ ମଣ୍ଡପ କୁ ଆସୁଛନ୍ତି। ସେପଟେ ମଣ୍ଡପରେ ମହିଳା ପୋଲିସଙ୍କୁ ମୁତୟନ କରିବାକୁ କମିଶନରେଟ ପୋଲିସକୁ ଅନୁରୋଧ କରାଯାଇଥିଲେ ମଧ୍ୟ ମହିଳା ପୋଲିସ ଏପର୍ୟ୍ୟନ୍ତ ପହଞ୍ଚି ନଥିବା କହିଛନ୍ତି ପୂଜା କମିଟି ସମ୍ପାଦକ ।

Related posts

୩୨୪ ନିମୟ ଉଲଙ୍ଘନକାରୀଙ୍କ ବିରୋଧରେ ମାମଲା ରୁଜୁ

mahabharatanews

ରେଲୱେ ଷ୍ଟେସନରୁ ୩୨ ଦାଦନ ଶ୍ରମିକ ଉଦ୍ଧାର

mahabharatanews

 ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ଲାଗିଛି ନିଆଁ

mahabharatanews