ଓଡିଶା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ୪ ସହରରେ ତାପମାତ୍ରା ୪୪ ଡିଗ୍ରୀ ପାର

(ଭୁବନେଶ୍ୱର) : ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ପ୍ରମୁଖ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହେଉଛି। ଏହି ହିଟ୍ ୱେଭ୍ ଯୋଗୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅତି ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ପଶ୍ଚିମଓଡ଼ିଶାର ଅନ୍ୟ କେତେକ ଜିଲ୍ଲାରେ ଏହି ହିଟ୍ ୱେଭ ୩୦ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ବିଶେଷକରି ଛୋଟ ପିଲା, ବୟସ୍କ ଲୋକ ଓ ଅସୁସ୍ଥ ଲୋକମାନଙ୍କୁ ଘରୁ ନବାହାରିକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ସୂଚନାନୁଯାୟୀ , ଆଜି ରାଜ୍ୟରେ ୨୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ସେଥିରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ବା ତା’ ଉପରେ ରହିଛି। ସୋନପୁରରେ ସର୍ବାଧିକ ୪୪.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତା’ପଛକୁ ଯଥାକ୍ରମେ ରହିଛନ୍ତି- ଅନୁଗୋଳ (୪୪.୧), ଝାରସୁଗୁଡ଼ା (୪୪) ଓ ବଲାଙ୍ଗିର (୪୪)।

Related posts

ବିଜେପି ଜାତୀୟ ସାଧାରଣ ସମ୍ପାଦିକା ଡି .ପୂରେନ୍ଦେଶ୍ୱରୀ ଙ୍କ ରାୟଗଡା ଜିଲ୍ଲା ଗସ୍ତ

mahabharatanews

ପ୍ରବଳ ବର୍ଷା ସମ୍ଭାବନା; ୧୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ସଂଗରୋଧ କେନ୍ଦ୍ର ରେ ଏସ.ଏଚ.ଜି ଗ୍ରୁପ ଯୋଗାଉଛି ସୁସ୍ଵାଦୁ ମିଠା

mahabharatanews