ଓଡିଶା

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ନବୀନ

(ଶ୍ରୀହର୍ଷ ମିଶ୍ର/ଭୂବନେଶ୍ୱର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟରେ ଏବେ କରୋନା ମହାମାରୀ ସାଙ୍ଗକୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଭଳି ସ୍ଥିତିରେ ଛାସତ୍ରଛାତ୍ରୀମାନେ ପରୀକ୍ଷା ଦେବାରେ ଅସୁବିଧା ଉପୁଜିପାରେ । ଏଣୁ ଏନେଇ ମୁଖ୍ୟମନ୍ତ୍ରୀ ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ନିଟ୍ ଓ ଜେଇଇ ପରୀକ୍ଷାକୁ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷା ମନ୍ତୀ ରମେଶ ପୋଖରିଆଲ ନିଶଙ୍କକୁ ଚିଠି ଲେଖିଥିଲେ । କରୋନା ଯୋଗୁଁ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ନୁହେଁ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ ।

Related posts

କରୋନା ସଚେତନତା ପାଇଁ ବିଏମସିର ୨ ଦିନିଆ କର୍ମଶାଳା

mahabharatanews

କୋଣାର୍କ ଫେଷ୍ଟ ଓ ଆନ୍ତର୍ଜାତୀୟ ବାଲୁକା କଳା ଫେଷ୍ଟ ବାତିଲ

mahabharatanews

ପରଲୋକରେ ମନ୍ତ୍ରୀ ଭାଗବତ ମହାନ୍ତି

mahabharatanews