ଓଡିଶା

ଇଟାଭାଟିରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪ଜଣଙ୍କ ଜୀବନ

ଢେଙ୍କାନାଳ / ଗୌତମ ମୁଦୁଲି : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମ ନିକଟରେ ଥିବା ବେଆଇନ ଇଟାଭାଟିରେ ଘଟିଛି ଅଘଟଣ । ଶ୍ୱାସରୁଦ୍ଧ ହୋଇ ଚାରି ଜଣଙ୍କର ଜୀବନ ଜାଇଥିବା ବେଳେ ମୃତକ ମାନେ ହେଲେ ଛତିଶଗଡ଼ ରାଜ୍ୟ ମହାକୁଣ୍ଡ ଜିଲ୍ଲାର ମେଘନାଦ ଭୋଇ(୫୦), ନିରା ଭୋଇ(୪୦) ଓ ଜିତୁ ଭୋଇ(୧୦) ଓ ଶିବଦାସ ଭୋଇ ବୋଲି ଜଣାପଡିଛି । ସମସ୍ତେ କମଳାଙ୍ଗ ଗ୍ରାମର ବିନୟ ସାହୁଙ୍କ ଇଟାଭାଟିରେ କାର୍ଯ୍ୟ କରୁଥିଲେ। ନିଆଁ ଲଗାଯାଇଥିବା ଇଟାଭାଟି ଉପରେ ଚାରିଜଣ ହାତୀ ଆକ୍ରମଣ ଭୟରେ ରାତିରେ ଯାଇ ଶୋଇ ଥିଲେ । ତେବେ ବିଳମ୍ବିତ ରାତିରେ ସମସ୍ତେ ଅଣନିଶ୍ବାସୀ ହୋଇ ଗୁରୁତର ହୋଇ ପଡିଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କଣ୍ଟାବଣିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related posts

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୩ ତମ ବାର୍ଷିକ ଖେଳକୁଦ ଓ ଯୋଗାସନ ସମାରୋହ ଉଦଘାଟିତ

mahabharatanews

ଛେଳି କ୍ଷୀର ନମୁନାରୁ ବାହାରିଛି କରୋନା ପଜିଟିଭ

mahabharatanews

ଧାମନଗର ଉପ ନିର୍ବାଚନ: ଆସନ୍ତାକାଲି ଭୋଟ ଗଣତି ସହ ପ୍ରକାଶ ପାଇବ ଧାମନଗର ଫଳାଫଳ

mahabharatanews