Uncategorized

ସେନା ଗୁଳିରେ ୪ ଆତଙ୍କୀ ନିହତ

ଶ୍ରୀନଗର : ଜାମ୍ମୁ କଶ୍ମୀରର ସୋପିଆନ ଜିଲ୍ଲା ପିଞ୍ଜୋରା ଅଞ୍ଚଳରେ ଭାରତୀୟ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ପିଞ୍ଜୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନାକୁ ଖବର ମିଳିଥିଲା। ଏହାପରେ ସୋମବାର ଭୋର ସମୟରୁ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଇଥିଲା। ଆତଙ୍କବାଦୀ ସେନାକୁ ଦେଖି ଗୁଳି ଚାଳନା କରିଥିଲେ। ସେନା ପକ୍ଷରୁ ମଧ୍ୟ ପାଲଟାଜବାବ ଦିଆଯାଇଥିଲା। ସମସ୍ତ ଆତଙ୍କୀ ହିଜବୁଲ ମୁଜାହିଦ୍ଦିନ ଥିବା ଜଣାପଡିଛି ।
୨୪ ଘଣ୍ଟା ମଧ୍ୟରେ ସୋପିଆନ ଜିଲ୍ଲାରେ ଏହା ଦ୍ଵିତୀୟ ଏନକାଉଣ୍ଟର ଥିଲା। ଗତକାଲି ସୋପିଆନା ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଗତକାଲି ସୁରକ୍ଷା ବାହିନୀ ମଧ୍ୟ ବିପୁଳ ପରିମାଣରୁ ଅସ୍ତ୍ରଶସ୍ତ୍ର ଜବଦ କରିଥିଲା ।

Related posts

ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି, ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ପୋଡି ହତ୍ୟା ଉଦ୍ୟମ

mahabharatanews

ଜେନେରାଲ ବିପିନ ରାୱତ ହେଲେ ପ୍ରଥମ ସିଡିଏସ

mahabharatanews

ମଥୁରା ନଗରୀରେ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ ହୋଲି ପର୍ବ

mahabharatanews