ଅପରାଧଓଡିଶା

୨ ନାବାଳିକାକୁ ଦୁଷ୍କର୍ମ କଲେ ୪ ଯୁବକ , ଥାନାରେ ଅଭିଯୋଗ ଅଣିଲେ ପରିବାର

କଳାହାଣ୍ଡି: ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୪ ଯୁବକ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳର। ଏଭଳି । ଘଟଣା ଘଟିଛି । ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଲାଞ୍ଜିଗଡ଼ ଥାନା ଅଞ୍ଚଳର ଦୁଇ ଜଣ ନାବାଳିକା ଗତକାଲି ବିଳମ୍ବିତ ରାତିରେ ନାଟକ ଦେଖି ଘରକୁ ଫେରୁଥିଲେ। ଏହି ସମୟରେ ୪ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇଥିଲେ। ପରେ ୨ ଜଣ ନାବାଳିକାଙ୍କୁ ୪ଜଣ ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଦୁଇ ଜଣ ନାବାଳିକାଙ୍କୁ ଯୁବକମାନେ ଗଣଦୁଷ୍କର୍ମ କରିବା ପରେ ସେଠାରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ । ଘଟଣା ସମ୍ପର୍କରେ କାହାକୁ କହିଲେ ସେମାନଙ୍କ ପରିବାର ଲୋକଙ୍କୁ ମାରିଦେବେ ବୋଲି ଅଭିଯୁକ୍ତମାନେ ଧମକ ଦେଇ ଫେରାର ହୋଇଯାଇଥିଲେ। ବିଜେପୁର ପୋଲିସ ଘଟଣାର ତଦନ୍ତ କରୁଛି। ଦୁଷ୍କର୍ମ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ଲାଞ୍ଜିଗଡ ଡାକ୍ତରଖାନାକୁ ନିଆଯାଇଥିବା ବିଜେପୁର ଥାନା ପକ୍ଷରୁ ସୂଚନା ମିଳିଛି ।

 

Related posts

୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

mahabharatanews

ବିଷାକ୍ତ ଛତୁ ଖାଇ ୧୦ ଗୁରତର

mahabharatanews

୨୪ ଘଣ୍ଟାରେ ଲଘୁଚାପ, ୧୯ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews