ଓଡିଶା

ବିଷାକ୍ତ ଛତୁ ଖାଇ ୧୦ ଗୁରତର

(ଭଞ୍ଜନଗର): ଗଞ୍ଜାମ ଅନ୍ତର୍ଗତ ଭଞ୍ଜନଗର ଠାରେ ଅଘଟଣ ଘଟିଛି । ଏଠାରେ ବିଷାକ୍ତ ଛତୁ ଖାଇ ୧୦ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଗୁରୁତର ଢନାରଡା ଗାଁର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ବ୍ୟକ୍ତି ରବିବାର ରାତିରେ ଛତୁ ଖାଇଥିଲେ । ପରେ ଅସ୍ୱସ୍ଥି ଅନୁଭବ କରିଥିଲେ । ଏହାପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ସେମାନଙ୍କୁ ବିଳମ୍ବିତ ରାତିରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛତୁରେ ବିଷକ୍ରିୟା ଜନିତ କାରଣରୁ ସମସ୍ତେ ଗୁରୁତର ହୋଇଥିବା ଜଣାପଡିଛି। ତେବେ ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

Related posts

ସମ୍ବଲପୁର ସାଂପ୍ରଦାୟୀକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କଲେ ରାଜ୍ୟ ସଭାପତି

mahabharatanews

ଭାରତୀୟ ତଟରକ୍ଷୀ ବାହିନୀରେ ଜାହାଜ ‘ବରାଦ’ ସାମିଲ

mahabharatanews

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି, ଚାଲିଛି ରେଡ୍

mahabharatanews