ଓଡିଶା

୩୦ ଜିଲ୍ଲାରୁ ୪,୩୪୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ସମସ୍ତ ୩୦ ଜିଲ୍ଲାରୁ କରୋନା ପଜିଟିଭ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ୩୦ ଜିଲାରୁ ୪, ୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୨, ୫୧୭ ସଙ୍ଗରୋଧ କେନ୍ଦ୍ରରୁ ଓ ୧, ୮୨୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ଅଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୬,୮୮୮ ରେ ପହଞ୍ଚିଛି। ୧,୫୭,୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮, ୮୧୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୩ ଥିବା ବେଳେ ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୬୨, ବରଗଡ଼ ୧୦୮, ଭଦ୍ରକ ୧୦୫, ବଲାଙ୍ଗୀର ୫୩,ବୌଦ୍ଧ ୬୭, କଟକ ୫୬୭, ଦେଓଗଡ଼ ୨୨, ଢେଙ୍କାନାଳ ୫୬, ଗଜପତି ୧୯, ଗଞ୍ଜାମ ୯୦, ଜଗତସିଂହପୁର ୧୯୩, ଯାଜପୁର ୧୫୧, ଝାରସୁଗୁଡ଼ା ୧୭୪, କଳାହାଣ୍ଡି ୫୮, କନ୍ଧମାଳ ୧୪୩, କେନ୍ଦ୍ରାପଡ଼ା ୧୦୯, କେନ୍ଦୁଝର ୯୦, ଖୋର୍ଦ୍ଧା ୬୫୩, କୋରାପୁଟ ୭୭, ମାଲକାନଗିରି ୩୪, ମୟୁରଭଞ୍ଜ ୧୨୭, ନବରଙ୍ଗପୁର ୧୪୩, ନୟାଗଡ଼ ୮୪, ନୂଆପଡ଼ା ୭୪, ପୁରୀ ୨୦୩, ରାୟଗଡ଼ା ୬୨, ସମ୍ବଲପୁର ୧୩୦, ସୋନପୁର ୧୨୯, ସୁନ୍ଦରଗଡ଼ ୧୩୮ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୫୨ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ଜଣ ଥିବା ବେଳେ ପୁରୀ ଜିଲାରୁ ୪ ଓ କେନ୍ଦ୍ରାପଡା ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ମୟୁରଭଞ୍ଜ, ବଲାଙ୍ଗିର, ନୟାଗଡ଼, ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Related posts

ପାଟଣା ବ୍ଲକରେ ଏଥର ଶୁଭୁନି କାଉଡିଆଙ୍କ ବୋଲବମ ସ୍ୱର

mahabharatanews

ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

mahabharatanews

ଜିଲ୍ଲାପାଳଙ୍କ ନାମରେ ହତ୍ୟା ଅଭିଯୋଗ

mahabharatanews