Uncategorized

ଶକ୍ତ ହେଉଛି ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମରୁ ୪୩ ଲକ୍ଷ ୯୦ ହଜାର ଅବୈଧ ତଥା ନକଲି ରାସନ କାର୍ଡ ରଦ୍ଦ କରାଯାଇଛି । ଫଳରେ ପ୍ରକୃତ ହିତାଧିକାରୀଙ୍କୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ସବସିଡି ରାସନ ଵିତରିତ କରାଯାଇପାରିବ। ୨୦୧୩ ମସିହା ପୂର୍ବରୁ ବହୁ ସଂଖ୍ୟାରେ ନକଲି ରାସନକାର୍ଡ ହିତାଧିକାରୀ ସରକାରୀ ଯୋଜନାରୁ ସୁବିଧା ପାଇ ଆସୁଥିଲେ । ଏହାକୁ ବନ୍ଦ କରିବାକୁ ଗତ ୭ ବର୍ଷ ହେବ ସରକାର ଏହି ଜାଲିଆତି ଉପରେ କାର୍ଯ୍ୟ କରୁଛି ।
ଏନେଇ ଅଧିକାରିକ ସୂତ୍ରରୁ ଜଣାପଡିଛି, ରାସନ କାର୍ଡଗୁଡିକୁ ଡ଼ିଜିଟାଲାଇଜ କରାଯାଇ ସାର୍ବଜନୀନ ବିତରଣ ପ୍ରଣାଳୀକୁ ସ୍ୱଚ୍ଛ ଓ ସୁଦୃଢ କରାଯିବ । ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଅନୁସାରେ ପାଖାପାଖି ୮୧.୩୫ କୋଟି ଲୋକଙ୍କୁ ରାସନ କାର୍ଡର ଲାଭ ମିଳିଥାଏ। ଏହା ଦେଶର ଜନସଂଖ୍ୟାର ଦୁଇ ତୃତୀୟାଂଶ ହେବ। ବର୍ତ୍ତମାନ ପାଖାପାଖି ୮୦ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରତି ମାସରେ ୫ କିଲୋ ରାସନ୍ ଫ୍ରିରେ ମିଳୁଛି। ସରକାର ଏହି ଯୋଜନାକୁ ବିସ୍ତାର କରିପାରନ୍ତି। ଏହି ଯୋଜନା କରୋନା ମହାମାରୀ ଯୋଗୁଁ ଉତ୍ପନ୍ନ ପ୍ରତିକୂଳ ସ୍ଥିତି ସହ ଲଢିବାରେ ସହାୟକ ହୋଇଛି ।
ନାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଅନୁସାରେ ସବସିଡି ଦରରେ ୪.୨ କୋଟି ଟନ୍ ରାସନ୍ ବିତରଣ କରନ୍ତି । ଗହମ କିଲୋ ପ୍ରତି ୨ ଟଙ୍କା ଓ ଚାଉଳ କିଲୋ ପ୍ରତି ୩ ଟଙ୍କାରେ ବିତରଣ କରାଯାଏ। ଏହାଛଡା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁସାରେ ପ୍ରତି ମାସରେ ୩.୨ କୋଟି ୩.୨ କୋଟି ଟନ୍ ମାଗଣା ରାସନ ସମାଗ୍ରୀ ବଣ୍ଟନ କରାଯାଉଛି । କେନ୍ଦ୍ର ସରକାର ‘ଗୋଟିଏ ରାଷ୍ଟ୍ର, ଗୋଟିଏ ରାସନ୍ କାର୍ଡ’ ଯୋଜନା ଉପରେ ମଧ୍ୟ କାମ କରୁଛନ୍ତି ଯେପରି ପ୍ରବାସୀ ଶ୍ରମିକଙ୍କୁ ଏହାର ଫାଇଦା ପାଇପାରିବେ ।

Related posts

ବନ୍ୟା ଜଳରେ ଭାସୁଛି ବିମାନ

mahabharatanews

ଦେଶରେ ୨୪ ଘଣ୍ଟାରେ ୧୦୦ ଜଣଙ୍କ ମୃତ୍ୟୁ, ୩୯୬୭ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

‘କେଜିଏଫ ୨’ରେ ରବିନା

mahabharatanews