ଓଡିଶା

ବାଲେଶ୍ୱର ସଦର ବିଧାନ କ୍ଷେତ୍ର କିଏ ଦଖଲ କରିବ ?

(ଅଜିତ ସାହୁ / ଜଳେଶ୍ୱର): ସବୁ ଅପେକ୍ଷାର ଆଜି ଘଟିବ ଅନ୍ତ । ଯେଉଁ ଆଶା ଓ ଉଦିପନା ଦିର୍ଘ ୨ ମାସ ହେଲା ବାଲେଶ୍ୱର ଓ ତିର୍ତ୍ତୋଲ ବାସିଙ୍କ ମନରେ ଥିଲା ଆଜି ତାହା ଅନ୍ତୁ ଘଟିବ । ବାଲେଶ୍ୱର ଓ ତିର୍ତ୍ତୋଲ ମିଳିବ ନୂଆ ବିଧାୟକ । ଆଜି ବାହରିବ ଉପନିର୍ବାଚନର ଫଳାଫଳ । ଏଥି ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସକାଳ ୮ ରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ଭୋଟର ମାନେ ବିଧାୟକ ପ୍ରାଥିଙ୍କ ଭାଗ୍ୟ ଭବିଷ୍ୟତ ନିର୍ଧାରଣ କରିବାକୁ ଥିବାବେଳେ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟଵସ୍ଥା ସାଙ୍ଗକୁ କୋଭିଡ ପାଇଁ ଅଫିସ ପରିସରକୁ ସାନିଟାଇଜ କରାଯିବା ସହ ଦାୟିତ୍ୱରେ ଥିବା ଅଧିକାରୀ, ଏଜେଣ୍ଟ ,ସୁରକ୍ଷା ଅଧିକାରୀ ,ମିଡିଆ କର୍ମୀ ମାନେ ମୁହଁରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ବାଲେଶ୍ୱରରେ ପଞ୍ଚମ ରାଉଣ୍ଡ ଶେଷ ସୁଧ କଂଗ୍ରେସ ୧୬୭୦, ବିଜେପି ୧୫୭୪୧,ବିଜେଡି ୧୮୯୦୨ ଥିବାବେଳେ ଚର୍ଚିତ ସ୍ୱାଧୀନ ପ୍ରାର୍ଥି ବେଣୁଧର ବାରିକ କେଟଲି ଚିହ୍ନ ୯୯ ଟି ଭୋଟ ସଂଗ୍ରହ କରିଥିବାବେଳେ, ନୋଟ ବା କାହାକୁବି ଯୋଗ୍ୟ ବୋଲି ଚୟନ କରିନାହାନ୍ତି ୯୯ ଜଣ । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡିପ୍ରାର୍ଥି ସ୍ୱରୂପ ଦାସ ଓ ବିଜେପି ପ୍ରାଥି ମାନସ ଦତ୍ତଙ୍କଠୁ ୧୪୮୬ ଆଗୁଆ ଅଛି।

ସେହି ପରି ଷଷ୍ଠ ରାଉଣ୍ଡ ଶେଷ ସୁଧ ତିର୍ତ୍ତୋଲ ରେ କଂଗ୍ରେସ ୨୭୯୦ , ବିଜେଡି ୨୧,୯୯୬, ବିଜେପି ୧୩,୮୮୨ । ଏବେ ସୁଧା ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ ଥିବା ଜଣାପଡିଛି ।

Related posts

ଏଣିକି ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା

mahabharatanews

ସାଲେପୁରରେ ଲକଡାଉନ କଡାକଡି

mahabharatanews

ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ

mahabharatanews