Uncategorized

ଭୋପାଳରେ ଅଧିକ ସଂଖ୍ୟକ ଶିଶୁ ସଂକ୍ରମିତ

ଭୋପାଳ: ପୂର୍ବରୁ ଡବ୍ଲୁଏଚଓ କହିଥିଲା, ବୟସ୍କ ଓ ୧୦ ବର୍ଷରୁ କମ ବୟସର ଶିଶୁଙ୍କ ପାଇଁ କରୋନା ଭୂତାଣୁ ସଂକ୍ରମଣ ଭୟଙ୍କର । ତାହାର ସତ୍ୟତା ଭୋପାଳରେ ଶିଶୁମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବା ପରେ ଜଣାପଡୁଛି । ଗତ ୧୧ ଦିନ ମଧ୍ୟରେ ୪୪ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶିଶୁମାନଙ୍କ ବୟସ ୧୫ ବର୍ଷ ଭିତରେ ରହିଛି । ରାଜଧାନୀ ଭୋପାଲରେ ଅନଲକ ସମୟରେ ଚଳିତ ମାସରେ ୧୧ ଦିନରେ ୧୨ ହଜାର ୯୬୦ ନମୁନା ଯାଞ୍ଚ କରାଯାଇଛି । ସେଥିରୁ ୭୬୭ ନମୁନା ପଜିଟିଭ ଚିହ୍ନଟ ହୋଇଛି । ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରେ ୪୪ ଜଣ ୧୫ ବର୍ଷ ତଳକୁ ଶିଶୁ ସାମିଲ ଅଛନ୍ତି । ସେଥିପାଇଁ ବର୍ତ୍ତମାନ ଭୋପାଲ ପ୍ରଶାସନ ଆଲର୍ଟ ମୋଡ଼ରେ ରହିଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲଗାତାର ଲୋକଙ୍କୁ ସଚେତନ କରାଉଛି ।
ଭୋପାଲରେ ବର୍ଷେରୁ ୧୫ ବର୍ଷ ବୟସ ମଧ୍ୟରେ ୪୪ ଶିଶୁ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ବର୍ଷେରୁ ୧୮ ବର୍ଷ ମଧ୍ୟରେ ୫୬ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ସେଥିରୁ ୫ଜଣ ବର୍ଷେ ବୟସର । ଦାୟିତ୍ବହୀନତା ଓ ଅସଚେତନତା ଯୋଗୁଁ ଶିଶୁମାନଙ୍କ ମଧ୍ୟରେ ସଂକ୍ରମଣ ବଢିଚାଲିଛି । ଶିଶୁଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଘରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଆବଶ୍ୟକ ।

Related posts

ନିପା ଭାଇରସ ସଂକ୍ରମଣରେ ନାବାଳକର ମୃତ୍ୟୁ, ୨ ଆକ୍ରାନ୍ତ

mahabharatanews

ଇଜିପଟରେ ବସ ଦୁର୍ଘଟଣାଗ୍ରସ୍ତ, ୩ ମୃତ, ୧୬ ଭାରତୀୟ ପର୍ଯ୍ୟଟକ ଆହତ

mahabharatanews

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳାକୁ ସୁପ୍ରିମକୋର୍ଟଙ୍କ ନିନ୍ଦା

mahabharatanews