(ମହାଭାରତ / ମଧୁସ୍ମିତା ତ୍ରିପାଠୀ ): ଇଜିପ୍ଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଭାରତୀୟ ପର୍ଯ୍ୟଟକଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଏହି ଦୁର୍ଘଟଣାରେ ମୋଟ ୨୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୨ଜଣ ମାଲେସିଆ ନାଗରିକ, ଜଣେ ଭାରତୀୟ ପର୍ଯ୍ୟଟକ ଓ ୩ ଜଣ ଇଜିପ୍ଟର ନାଗରିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଆହତ ୨୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ୧୬ ଜଣ ଭାରତୀୟ ରହିଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ଆଇନ୍ ସୋଖନା ଠାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣ ଭାରତୀୟ ପର୍ଯ୍ୟଟକ ଆହତ ହୋଇଛନ୍ତି । ଶନିବାର ଦିନ ଇଜିପ୍ଟର ରାଜଧାନୀ କାଇରୋସ୍ଥିତ ଭାରତୀୟ ଦୂତାବାସ ଏହି ସୂଚନା ଦେଇଛି । ଆହତ ପର୍ଯ୍ୟଟକମାନେ ସୁଏଜ୍ ସିଟି ଏବଂ କାଇରୋରେ ଥିବା ଡାକ୍ତରଖାନା ମାନଙ୍କରେ ଭର୍ତ୍ତି ହୋଇଛନ୍ତି । ଦୂତାବାସ କର୍ମଚାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି ବୋଲି ଟ୍ୱିଟ କରି ଦୁତାବାସ ଜଣାଇଛି । ଏହା ଛଡା ଦୁତାବାସ ତରଫରୁ ଦୁଇଟି ହେଲପ୍ଲାଇନ ନମ୍ବର ଜାରି କରାଯାଇଛି ।
previous post
next post