ବିଶ୍ୱ

ପାପୁଆ ନ୍ୟୁ ଗିନିରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା

(ଦିଲ୍ଲୀ) : ୩ ଦିନ ତଳେ ପାପୁଆ ନ୍ୟୁ ଗିନିରେ ଏକ ଭୟଙ୍କର ଭୂସ୍ଖଳନରେ ହୋଇଥିବା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିଚାଲିଛି । ପ୍ରଥମ ଦିନ ମୃତ୍ୟୁସଂଖ୍ୟା ୬୦୦ ଥିବାବେଳେ ଏବେ ତାହା ୨ ହଜାରକୁ ବୃଦ୍ଧି ପାଇଛି । ପ୍ରତିକୂଳ ପାଗ ଓ ବିପଜ୍ଜନକ ଅଞ୍ଚଳ ଯୋଗୁଁ ସହାୟତା ବାଧାପ୍ରାପ୍ତ ହେଉଛି ବୋଲି ସୋମବାର ସରକାର କହିଛନ୍ତି।

ସୂଚନାନୁଯାୟୀ , ଏଭଳି ସ୍ଥିତିରେ ଫସିରହିଥିବା ଲୋକଙ୍କୁ ବଞ୍ଚିବା ପାଇଁ ଆଶା କମ୍ ରହିଛି। ଜାତୀୟ ବିପର୍ଯ୍ୟୟ କେନ୍ଦ୍ର ମିଳିତ ଜାତିସଂଘକୁ ଚିଠି ଲେଖି ମୃତ୍ୟୁର ଏହି ନୂଆ ସଂଖ୍ୟା ଉପସ୍ଥାପନ କରିଛି। ପାପୁଆ ନ୍ୟୁଗିନିର ପ୍ରତିରକ୍ଷା ମନ୍ତ୍ରୀ ବିଲି ଜୋସେଫ୍ କହିଛନ୍ତି ଯେ ଏଙ୍ଗା ପ୍ରଦେଶର ମାଇପ୍-ମୁଲିଟାକା ଅଞ୍ଚଳର ୬ଟି ଦୁର୍ଗମ ଏବଂ ପାହାଡ଼ିଆ ଗ୍ରାମରେ ୪,୦ ଲୋକ ରହୁଛନ୍ତି। ଶୁକ୍ରବାର ଭୋର ସମୟରେ ଭୂସ୍ଖଳନ ଘଟିବା ବେଳେ ଅଧିକାଂଶ ଶୋଇଥିଲେ। ପ୍ରାୟ ଦୁଇ ମହଲା ଉଚ୍ଚର ଭଗ୍ନାବଶେଷ ତଳେ ୧୫୦ରୁ ଅଧିକ ଘର ପୋତି ହୋଇଯାଇଥିଲା। ଉଦ୍ଧାରକାରୀମାନେ ମାଟି ତଳୁ ଚିତ୍କାର ଶୁଣିଥିଲେ।

Related posts

ବସରେ ଲାଗିଲା ନିଆଁ: ଜଳିଗଲେ ୪୫ ଯାତ୍ରୀ

mahabharatanews

 ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର

mahabharatanews

ଚାଇନା ବିମାନ ଦୁର୍ଘଟଣା: ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ

mahabharatanews