ଦୁର୍ଘଟଣା

ଭୟଙ୍କର ସଡ଼କ ଦୁର୍ଘଟଣା, ୮ ମୃତ

ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଶିଶୁ । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକରନାଗ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏକ କାରରେ ଯାତ୍ରା କରୁଥିବା ସମସ୍ତ ୮ ଜଣ ଖାଲରେ ପଡ଼ି ପ୍ରାଣ ହରାଇଛନ୍ତି ।

ପୋଲିସ ସୂଚନା ଅନୁସାରେ ଔକ୦୩ଐ୯୦୧୭ ରେଜିଷ୍ଟ୍ରେସନ ନମ୍ବର ଥିବା ସୁମୋ ଗାଡି ଜାମ୍ମୁ ଅଞ୍ଚଳର କିଶୱାର୍ଡ ଅଞ୍ଚଳରୁ ଆସୁଥିଲା । ହେଲେ ଦୁର୍ଭାଗ୍ୟବଶତଃ ନିୟନ୍ତ୍ରଣ ହରାଇ ଡାକସୁମ ଘାଟିରୁ ତଳକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଶିଶୁ, ଦୁଇ ମହିଳା ଏବଂ ଜଣେ ପୁରୁଷ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ସେମାନେ କେଉଁ ଅଞ୍ଚଳର ତାହା ମଧ୍ୟ ଜଣାପଡ଼ି ନାହିଁ ।

ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ପୋଲିସ ଏ ବାବଦରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Related posts

ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ, ଦୁର୍ଘଟଣାରେ ଗଲା ଦୁଇ ଭାଇଙ୍କ ଜୀବନ

mahabharatanews

ପୋଲ ତଳକୁ ଖସିଲା ବସ୍, ୪୦ ଯାତ୍ରୀ ଗୁରୁତର

mahabharatanews

ତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶଙ୍କର ଆଜି ସମ୍ପନ୍ନ ହେବ ଶେଷକୃତ୍ୟ

mahabharatanews