Uncategorized

ଗୁଆଙଗଚୌ ଯାଇଥିବା ୫ ପାଇଲଟଙ୍କଠାରେ କରୋନା ଚିହ୍ନଟ

ମୁମ୍ବାଇ: ବିଦେଶରୁ ଦେଶକୁ ପ୍ରବାସୀଙ୍କୁ ଫେରାଇ ଆଣୁଛନ୍ତି କେନ୍ଦ୍ର ସରକାର । ଏଥିନେଇ କିଛି ବିମାନ ଚଳାଚଳ କରାଯାଉଛି । କିନ୍ତୁ ଏହାରି ମଧ୍ୟରେ ସରକାରର ମୁଣ୍ଡ ବ୍ୟଥା ବଢାଇଛି ୫ ଜଣ ପାଇଲଟ କରୋନା ସଂକ୍ରମିତ ହେବା ଚିହ୍ନଟ ପରେ । ଏୟାର୍ ଇଣ୍ଡିଆର ପାଞ୍ଚଜଣ ପାଇଲଟ୍ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ପାଇଲଟ୍‌ମାନେ ନିକଟରେ ଚୀନ୍‌ର ଗୁଆଙ୍ଗଝୌକୁ ଯାଇଥିବା ପଣ୍ୟବାହୀ ବିମାନମାନଙ୍କ ମଧ୍ୟରୁ ଗୋଟିକୁ ଉଡ଼ାଇଥିଲେ।
ଲକ୍‌ଡାଉନ୍ ଆରମ୍ଭ ସମୟରୁ ଏୟାର୍ ଇଣ୍ଡିଆ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ପଣ୍ୟବାହୀ ବିମାନ ଚଳାଉଛି। ଡାକ୍ତରୀ ଉପକରଣ ଆଣିବାକୁ ଏହି ପଣ୍ୟବାହୀ ବିମାନଗୁଡ଼ିକ ମଧ୍ୟରୁ ବୋଇଙ୍ଗ୍ ୭୮୭ ଏପ୍ରିଲ୍ ୧୮ ତାରିଖଦିନ ଦିଲ୍ଲୀରୁ ଗୁଆଙ୍ଗ୍‌ଝୌ ଯାତ୍ରା କରିଥିଲା। ଏହାଛଡ଼ା ଏୟାର୍ ଇଣ୍ଡିଆ ସଙ୍ଘାଇ ଓ ହଂକଂକୁ ଡାକ୍ତରୀ ପଣ୍ୟବାହୀ ବିମାନ ଚଳାଇଥିଲା। ସମସ୍ତ ସଂକ୍ରମିତ ଏବେ ମୁମ୍ବାଇରେ ଅଛନ୍ତି। କିନ୍ତୁ, ତାଙ୍କ ଠାରେ କରୋନାଭାଇରସ୍ ସଂକ୍ରମଣର କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ପ୍ରାପ୍ତ ସୂଚନା ଅନୁସାରେ, ପାଇଲଟ୍‌ମାନଙ୍କୁ ଡିୟୁଟିକୁ ଅଣାଯିବା ପୂର୍ବରୁ ବା ବିମାନ ଉଡ଼ାଇବାର ୭୨ ଘଣ୍ଟା ଆଗରୁ କରାଯାଉଥିବା ପ୍ରି-ଫ୍ଲାଇଟ୍ ଟେଷ୍ଟରେ ସେମାନେ ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ଏୟାର୍‌ ଇଣ୍ଡିଆର ମୁଖପାତ୍ରଙ୍କ ପକ୍ଷରୁ ସୂଚନା ମିଳିନାହିଁ ।

Related posts

ଚୀନ ପରେ ଇରାନ ପାଲଟିଛି କୋରୋନାର ନୂତନ କେନ୍ଦ୍ର

mahabharatanews

ସ୍କୁଲ କାନ୍ଥରେ ପାକିସ୍ତାନ ସମର୍ଥିତ ସ୍ଲୋଗାନ

mahabharatanews

ସୀମା ସେପାଖରେ ୨୫୦ରୁ ୩୦୦ ଆତଙ୍କବାଦୀ ଅନୁପ୍ରବେଶ ଯୋଜନା କରିଛନ୍ତି

mahabharatanews