ଓଡିଶା

୪ ରାଜ୍ୟରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ

୯୦ ଦିନରେ ୫୦ ମାଓବାଦୀଙ୍କ ମୃତ୍ୟୁ । ଏକ ଲିଖିତ ଚିଠି ଜରିଆରେ ସୂଚନା ଜାରି କଲା ମାଓ ସଂଗଠନ । ଆଉ ତାହା ସହ ଆସନ୍ତା ୧୫ ତାରିଖରେ ଓଡ଼ିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ଦେଇଛି ସଂଗଠନ । ଗତ ଦୁଇ ଦଶନ୍ଧିରେ ୫ ହଜାରରୁ ଊର୍ଦ୍ଧ୍ୱ କମ୍ରେଡଙ୍କ ମୃତ୍ୟୁ ସୂଚନା ।

ସୂଚନାନୁଯାୟୀ , ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମାଓ ସଂଗଠନ ପକ୍ଷରୁ ଗାଁ ଗାଁରେ ସଚେତନତା କରାଯିବ । ଆଉ ୧୫ ତାରିଖ ଦିନ ଓଡିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି ମାଓ କେନ୍ଦ୍ରୀୟ କମିଟିର ପ୍ରବକ୍ତା ପ୍ରତାପ । ପ୍ରେସ ବିଜ୍ଞପ୍ତି ଜରିଆରେ ସେ ଏହି ସୂଚନା ଦେଇଛନ୍ତି । ଏଥିସହ ଗତ ୩ ମାସ ମଧ୍ୟରେ ୫୦ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସଂଗଠନ ସ୍ୱୀକାର କରିଛି । ଆଜି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ବରଗଡ଼ ପାଇକମାଳ ଥାନା ଗନ୍ଧମାର୍ଦ୍ଧନ ପାହାଡ଼ରେ ଗୁଳିବିନିମୟ ।

Related posts

ମାଆ ବାଗେଶ୍ବରୀଙ୍କ ପୀଠରେ ଭାଗବତ ସମ୍ମାନ ପ୍ରଦାନ ସମାରୋହ

mahabharatanews

୪ ତାରିଖରେ ଆନ୍ଧ୍ର ଓଡିଶା ଉପକୂଳ ଛୁଇଁବ ବାତ୍ୟା

mahabharatanews

ଶାଳୀ ପ୍ରେମରେ ପଡି ସ୍ତ୍ରୀକୁ ନିର୍ଯାତନା ଦେଉଥିଲା ସ୍ୱାମୀ

mahabharatanews