ଭାରତ

ନୂତନ ପାର୍ଲିଆମେଣ୍ଟ କୋଠା ନିର୍ମାଣର ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ: ନୂତନ ପାର୍ଲିଆମେଣ୍ଟ କୋଠା ନିର୍ମାଣର ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ଦ୍ଦେଶ ଜାରି କରିଛନ୍ତି । କୋଭିଡ-୧୯ ବିରୋଧରେ ଲଢେଇରେ ପାର୍ଲିଆମେଣ୍ଟ କୋଠା ନିର୍ମାଣରେ ନିୟୋଜିତ କର୍ମଚାରୀ ସମସ୍ତଙ୍କ ଟୀକାକରଣକୁ ନିଶ୍ଚିତ କରି ତଥ୍ୟ ତୁରନ୍ତ ପିଏମଓରେ ଦାଖଲ କରିବାକୁ କହିଛନ୍ତି । ଥରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲା ପରେ ସମସ୍ତ ଶ୍ରମିକଙ୍କ ମାସିକିଆ ସ୍ୱାସ୍ଥ୍ୟ ଚେକ୍ ଅପ କରିବାକୁ ଅଧିକାରୀଙ୍କୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି ।
ମୋଦି କହିଛନ୍ତି, ଥରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲେ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ଶ୍ରମିକଙ୍କୁ ଏହି ଡିଜିଟାଲ ସଫଳତା ତାଙ୍କ ପରିଚୟରେ ସାମିଲ ହେବ । ଏଥିସହ ଏହି ପାର୍ଲିଆମେଣ୍ଟ କୋଠା ନିର୍ମାଣରେ ସେମାନଙ୍କ ଯୋଗଦାନ ପାଇଁ ସାର୍ଟିଫିକେଟ ଯୋଗାଇ ଦିଆଯିବ । ଗତକାଲି ସଂଧ୍ୟାରେ ନୂଆ ପାର୍ଲିଆମେଣ୍ଟ କୋଠା ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ଯାଇ ମୋଦି ଏପରି କହିଲେ । ଏହି ଅବସରରେ ମୋଦି ଶ୍ରମିକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

Related posts

 ୧୪ ଦିନ ପରେ ଆଜି ପୁଣି ଆକ୍ଟିଭ ହେବ ଚନ୍ଦ୍ରଯାନ-୩ 

mahabharatanews

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ

mahabharatanews

ଭକ୍ତ ଆହତ: ଅଯୋଧ୍ୟା ଅଭିମୁଖେ ସିଏମ୍ ଯୋଗୀ 

mahabharatanews