ଭାରତ

ଦିଲ୍ଲୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୫୬ ମୃତ

(ଦିଲ୍ଲୀ) : ଦିଲ୍ଲୀରୁ ପଲ୍ଲୀ ସବୁଠାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି। ଯାହାପାଇଁ ଲୋକ ଜୀବନ ବଞ୍ଚିବା ପାଇଁ ଏକ ପ୍ରକାର କଷ୍ଟ ହୋଇଯାଇଛି । ରାଜଧାନୀ ଦିଲ୍ଲୀର ସମେତ ଦେଶର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରଭାବରେ ପ୍ରାୟ ୫୬ ଜଣ ଲୋକଙ୍କର ଦେହାନ୍ତ ହୋଇ ସାରିଲାଣି। ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ଅଧିକ ଉତ୍ତାପ ରହିଥିବା ବେଳେ ଆସନ୍ତା ୨-୩ ଦିନ ମଧ୍ୟରେ ଧୀରେ ଧୀରେ ଏହା ହ୍ରାସ ପାଇବ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ଦିନ କହିଛି।

ସୂଚନାନୁଯାୟୀ , ଚଳିତବର୍ଷ ମାର୍ଚ ମାସରୁ ଏବେ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ଯୋଗୁଁ ଅତି କମରେ ୫୬ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ମେ ମାସରେ ୪୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ନେସ୍‌ନାଲ୍‌ କ୍ଲାଇମେଟ୍‌ ଡାଟା ସେଣ୍ଟ୍‌ର୍‌ (ଏସ୍‌ସିଡିସି)ର ତଥ୍ୟରୁ ଜାଣିବାକୁ ମିଳିଛି। ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ସେଲସିୟସ ରହୁଛି। ରାଜସ୍ଥାନ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ୪୫-୪୮ ଡିଗ୍ରୀ ସେଲସିୟସ ମଧ୍ୟରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।

Related posts

ଗମ୍ଭୀର ହେଲା ଦିଲ୍ଲୀର ବାୟୁ ଗୁଣବତ୍ତା, ବିମାନବନ୍ଦର ଜାରି କଲା ପରାମର୍ଶ

mahabharatanews

ଆଦିତ୍ୟ-ଏଲ୍‌୧; ଚତୁର୍ଥ କକ୍ଷପଥ ପ୍ରବେଶ ସଫଳ

mahabharatanews

୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

mahabharatanews