ଓଡିଶା

ବିଧାୟକ ଉମାକାନ୍ତଙ୍କ ଦ୍ୱାରା ୫୮୦ ନୂତନ ରାଶନ କାର୍ଡ ପ୍ରଦାନ

(ଗୋପ/ମହାଭାରତ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ପରିସରରେ ସତ୍ୟବାଦୀ ବ୍ଲକର ୫୮୦ ଜଣଙ୍କୁ ନୂତନ ରାଶନ କାର୍ଡ ପ୍ରଦାନ କଲେ ବିଧାୟକ ଉମାକାନ୍ତ ସମାନ୍ତରାୟ । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଅ ।ନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଯଦିବା କେହି ରାଶନ କାର୍ଡ ପାଇବାରୁ ବଞ୍ôଚତ ହୋଇଥିବେ ସେମାନ ବ୍ଳକରେ ଦରଖାସ୍ତ କଲେ ସେମାନଙ୍କୁ ବହୁ ଶିଘ୍ର ରାଶନ କାର୍ଡ ଯୋଗାଇ ଦିଅ ।ଯିବ ବୋଲି ବିଧାୟକ କହିଥିଲେ । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଅ ।ରୀ, ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ଦେବାଶିଷ ରାୟ, ବିଡିଓ ସରୋଜ କୁମାର ଦତ୍ତ, ବ୍ଳକ ଯୋଗାଣ ନିରୀକ୍ଷିକା ଜୟନ୍ତୀ ହରିଚନ୍ଦନ, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସୁରେଶ କୁମାର ସାହୁ, ଶଙ୍କର ପ୍ରଧାନ ଓ ଅ ।ତ୍ମାର ସଭାପତି ବେବିଲାଲ ମିଶ୍ରଙ୍କ ସହ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚଞ୍ଚ ଓ ସମିତିସଭ୍ୟସଭ୍ୟାମାନେ ଉପସ୍ଥିତ ରହିଥିଲେ ।

Related posts

ପାଟଣା ବଜାରରେ ମହାସମାରୋହରେ ହୋଲି ପାଳିତ

mahabharatanews

ନେତୃତ୍ୱଙ୍କ ଉପରେ କମୁଛି ଭରସା, ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ

mahabharatanews

ଆର୍ମି ହସ୍ପିଟାଲରେ ୨୪ ଜଣ କରୋନ। ଆକ୍ରାନ୍ତ

mahabharatanews