Uncategorized

ଟିକଟକ ସମେତ ୫୯ଟି ଚାଇନା ଆପ ବ୍ୟାନ କଲେ ଭାରତ ସରକାର

(ନୂଆଦିଲ୍ଲୀ): ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗିରହିଛି । ସୀମା ବିବାଦ ପାଇଁ ଭାରତ ସରକାର ଚୀନର ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଟିକଟକ ସମେତ ଚୀନର ୫୯ଟି ଆପକୁ ଦେଶରେ ନିଷିଦ୍ଧ ଘୋଷଣା କରିଛନ୍ତି । ଦେଶର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଶେୟାର ଇଟ୍, ଜେଣ୍ଡର, ୟୁସି ବ୍ରାଉଜର, ବିୟୁଟି ପ୍ଲସ ଭଳି ଆପ୍କୁ ମଧ୍ୟ ବ୍ୟାନ କରାଯାଇଛି । ନିଷିଦ୍ଧ ଘୋଷଣା କରାଯାଇଥିବା ଏହି ୫୯ଟି ଆପ ଜରିଆରେ ଗୋପନୀୟତା ଓ ଅନ୍ୟାନ୍ୟ ତଥ୍ୟ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଥିଲା । ଏଣୁ ଡାଟାର ସୁରକ୍ଷା ସହ ଜଡିତ ୧୩୦ କୋଟି ଭାରତୀୟଙ୍କ ତଥ୍ୟ ଓ ଗୋପନୀୟତା ରକ୍ଷା କରିବା ଦିଗରେ ଚିନ୍ତା ପ୍ରକଟ କରି ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଚୀନ ଓ ଆମେରିକା ପରେ ଭାରତରେ ଟିକଟକର ସର୍ବାଧିକ ବ୍ୟବହାରକାରୀ ଅଛନ୍ତି । ଏହାର ସମୁହାୟ ୟୁଜର ସଂଖ୍ୟା ୨୦୦ କୋଟି ଟପିଥିବା ବେଳେ ଭ୍ରାତରେ ୬୧.୧ କୋଟି ୟୁଜର ଥିବା ଜଣାପଡିଛି । ତେବେ ଟିକଟକ ବ୍ୟତୀତ ବ୍ୟାନ ହୋଇଥିବା ଅନ୍ୟ ଚାଇନା ଆପ ଗୁଡିକ ମଧ୍ୟରେ ଶେୟାର ଇଟ, ଜେଣ୍ଡର, ୟୁସି ବ୍ରାଉଜର, ଶୀନ, କ୍ଲାସ ଅଫ କିଙ୍ଗସ, ଡିୟୁ ବ୍ୟାଟେରି ସେଭର, ଭାଇରସ କ୍ଲିନର, ଲାଇକି, ୟୁକ୍ୟାମ ମେକଅପ୍, ମି କମ୍ୟୁନିଟି, ସିଏମ ବ୍ରାଉଜର୍ସ, କ୍ଲବ ଫ୍ୟାକ୍ଟ୍ରି, ବିଗୋଲାଇଭ, ଭିଗୋ ଭିଡିଓ, ମେଲ ମାଷ୍ଟର ଓ ଅନ୍ୟାନ୍ୟ ଆପ ଆଦି ରହିଛି ।

Related posts

ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗା 

mahabharatanews

ସରକାର ନିର୍ଦ୍ଦେଶ ଦେଲେ ପିଓକେ ଭାରତରେ ମିଶିଯିବ: ସେନା ମୁଖ୍ୟ

mahabharatanews

ଇଜିପଟରେ ବସ ଦୁର୍ଘଟଣାଗ୍ରସ୍ତ, ୩ ମୃତ, ୧୬ ଭାରତୀୟ ପର୍ଯ୍ୟଟକ ଆହତ

mahabharatanews