ଓଡିଶା

 ପିଲା ୟୁଟ୍ୟୁବରେ ପଢିବେ ପାଠ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଠପଢା ମହାମାରୀ କାଳରେ ବହୁଭାବେ ପ୍ରଭାବିତ ହୋଇଛି । ପିଲାଙ୍କ ପାଠପଢାକୁ ସ୍ୱାଭାବୀକ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ଆସନ୍ତା ୨୧ ତାରିଖରୁ ଜୁଲାଇ ୨ ଯାଏ ୟୁଟ୍ୟୁବ ଲାଇଭ କ୍ଲାସ ମାଧ୍ୟମରେ ପାଠ ପଢ଼ାଯିବ। ସ୍କୁଲ ଖୋଲିବାରେ ବିଳମ୍ୱ ହେଉଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ।
ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ଟା ଯାଏ ଅଧ ଘଣ୍ଟାଏ ଲେଖା କ୍ଲାସ ହେବ। ସେହିପରି ଚତୁର୍ଥରୁ ଅଷ୍ଟମ ଯାଏ ଇଂରାଜୀ, ଗଣିତ ଓ ଓଡ଼ିଆ ଭାଷାରେ ସକାଳ ୯ରୁ ୧୦ ଟା ୩୦ ଯାଏ କ୍ଲାସ ହେବ। ପ୍ରତି କ୍ଲାସ ଅଧଘଣ୍ଟା ଲେଖାଏଁ ଚାଲିବ। ଏହି କ୍ଲାସ ଲାଗି ୮ଟି ଜିଲ୍ଲାକୁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀମାନେ କମିଟି ଗଠନ କରି ଦକ୍ଷ ଶିକ୍ଷକମାନଙ୍କୁ ପାଇଁ ଚୟନ କରିବେ। କେତେ ସଂଖ୍ୟକ ପିଲା ଲାଇଭ କ୍ଲାସରେ ଉପସ୍ଥିତ ରହୁଛନ୍ତି, ତାର ମଧ୍ୟ ଡାଟା ରଖିବାକୁ ନିର୍ଦେଶ ରହିଛି। ସେହିପରି ଆଜିଠୁ ଦୂରଦର୍ଶନରେ ଯୁକ୍ତ ଦୁଇ ଶେଷ ବର୍ଷ ଲାଗି ଫିଜିକ୍ସ ଓ କେମିଷ୍ଟ୍ରି ବିଷୟରେ ଭିଡିଓ କ୍ଲାସ ଅନୁଷ୍ଠିତ ହେବ। ରାତି ୯ରୁ ୧୦ଟା ଯାଏ ଭିଡ଼ିଓ କ୍ଲାସର ପ୍ରସାରଣ ହେବ।

 

Related posts

ରାଜଧାନୀ ଭୁବନେଶ୍ୱରରୁ ଜାଲ ନୋଟ ଜବତ

mahabharatanews

ଡଙ୍ଗାରେ ଆସି ପହଞ୍ଚିଲେ ୧୬ ମତ୍ସଜୀବୀ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଜିଲ୍ଲାଶିକ୍ଷା ବିଭାଗର ୪୦ ଲକ୍ଷ ୨୫ ହଜାର ଦାନ

mahabharatanews