ଓଡିଶା

ବାଣୀକ୍ଷେତ୍ର ଗସ୍ତ କରି ମାଆ ଶାରଳାଙ୍କ ପୀଠ ପରିଦର୍ଶନ କଲେ 5T ସଚିବ

ଜଗତସିଂହପୁର: ବଦଳିବ ସାରଳା ପୀଠର ନକ୍ସା । 5T ରୂପାନ୍ତରଣ ପ୍ରକ୍ରିୟାରେ ଚମକିବ ମାଙ୍କ ପୀଠ। ଆଜି ସକାଳୁ ମାଆ ଶାରଳାଙ୍କ ମନ୍ଦିରରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ଯାଇ ପହଞ୍ଚିଥିଲେ। ସକାଳ ୭ଟାରେ ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରିବା ସହ ମନ୍ଦିର ଚତୁପାର୍ଶ୍ଵ ବୁଲି ଦେଖିଛନ୍ତି । ଏହା ସହ ମନ୍ଦିରର ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ସଚିବ । ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ମାତ୍ର ୧୫ଦିନ ମଧ୍ୟରେ ମନ୍ଦିର ଉନ୍ନତିକରଣ ନିମନ୍ତେ ପ୍ରସ୍ତୁତ ହେବ ନକ୍ସା । ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ସଚିବ ।

ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ମାଆ ଶାରଳାଙ୍କ ପୀଠରେ ପହଞ୍ଚିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ଏହାପରେ ବେଢ଼ା ପରିକ୍ରମା କରି ପାର୍ଶ୍ବ ମନ୍ଦିରର ସ୍ଥିତି ପରଖିଥିଲେ । ପୂରା ଶାରଳା ମନ୍ଦିରର ନକ୍ସାକୁ ଦେଖିବା ସହ ବିକାଶମୂଳକ କାର୍ଯର ଅନୁଧ୍ୟାନ କରିଥିଲେ ୫ଟି ସଚିବ । ସେହିଭଳି ସେବାୟତ, ପୂଜକ ଓ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା ମଧ୍ୟ କରିଛନ୍ତି ସଚିବ । ଏହା ସହ ଯାତ୍ରୀଙ୍କ ରହିବା ଓ ପାରିପାର୍ଶ୍ୱିକ ସ୍ଥାନ ବୁଲି ଦେଖିଛନ୍ତି ଫାଇଭ୍ ଟି ସଚିବ ଭି. କେ ପାଣ୍ଡିଆନ୍ ।

ତେବେ ବହୁ ପୁରାତନ ମାଆ ଶାରଳାଙ୍କ ମନ୍ଦିରର ବିକାଶ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୧୫ ଦିନ ମଧ୍ୟରେ ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ନୂଆ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ ।ମନ୍ଦିରର ବିକାଶ କାର୍ଯ୍ୟ କରାଯିବା ସହ ଦର୍ଶନ ପାଇଁ ବାହାରୁ ଆସୁଥିବା ଭକ୍ତମାନେ ଯେପରି ସ୍ବତନ୍ତ୍ର ଅନୁଭୂତି ନେଇ ଯିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି । ୫ଟି ସଚିବଙ୍କ ଗସ୍ତକୁ ନେଇ ସେବାୟତଙ୍କ ମହଲରେ ଖୁସି ପ୍ରକାଶ ପାଇଛି ।

 

Related posts

ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ ଡାକରା

mahabharatanews

ବଡଦିନ ଓ ନୂଆ ବର୍ଷ ପାଇଁ କମିଶନରେଟ ପୋଲିସ ତରଫରୁ ପଦକ୍ଷେପ 

mahabharatanews

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 

mahabharatanews