(ମହାଭାରତ/ଭୁବନେଶ୍ୱର): ରାଜ୍ୟରେ ଆଜି ଆଉ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇଲେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କରୋନାରେ ପ୍ରାଣ ହରାଇଥିବା ୬ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ଜଣ, କଟକରୁ ଜଣେ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ତେବେ ସମସ୍ତ ମୃତକ ପୁରୁଷ ଥିଲେ।
ଗଞ୍ଜାମର ୪ ମୃତକଙ୍କ ବୟସ ଯଥାକ୍ରମେ ୪୫, ୪୯, ୬୩ ଓ ୭୨ ବର୍ଷ ହୋଇଥିଲା। ୪୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍ରେ ପୀଡ଼ିତ ଥିଲେ। ୪୯ ବର୍ଷୀୟ ବ୍ୟକ୍ତି ଜଣଙ୍କ ମଧ୍ୟ ଡାଇବେଟିସ୍ରେ ପୀଡ଼ିତ ଥିଲେ। ୭୨ ବର୍ଷୀୟ ବୃଦ୍ଧଙ୍କର ଡାଇବେଟିସ୍ ଥିଲା। ତା’ ସହିତ ସେ ହୃଦ୍ରୋଗ ଓ କିଡ୍ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଏହାକୁ ମିଶାଇ ଗଞ୍ଜାମ ଜିଲାର କରୋନା ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ୱରରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ୬୭ ବର୍ଷ ହୋଇଥିଲା। ସେ ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ କିଡ୍ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। କିନ୍ତୁ କଟକରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ୪୦ ବର୍ଷିୟ ଥିଲେ ।
ଓଡ଼ିଶାର ୨୩ଟି ଜିଲ୍ଲାରୁ ଆଜି ୬୧୬ ଜଣ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ଟି ସ୍ଥାନୀୟ ସଂକ୍ରମଣ ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଦିନ ଭଳି ଆଜି ବି ଗଞ୍ଜାମରୁ ସର୍ବାଧିକ ୨୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଯାବତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭ରେ ପହଞ୍ଚିଛି।
Regret to inform the demise of six Covid positive patients while under treatment in hospitals.
1. A 45-year old Male of Ganjam district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 13, 2020
2. A 67-year old Male of Bhubaneswar who was also suffering from Diabetes, Hypertension and Chronic Kidney Disease.
3. A 63-year old Male of Ganjam district.
4. A 40-year old Male of Cuttack district.
— H & FW Dept Odisha (@HFWOdisha) July 13, 2020
5. A 72-year old Male of Ganjam district who was also suffering from Diabetes, Heart disease and Chronic Kidney Disease.
6. A 49-year old Male of Ganjam district who was also suffering from Diabetes.
— H & FW Dept Odisha (@HFWOdisha) July 13, 2020
