ଭାରତ

ଅଗ୍ନିକାଣ୍ଡ ଘଟି ଗଲା ୬ ଜୀବନ

ପାଟନା : ବିହାରର ରାଜଧାନୀ ପାଟନାରେ ଭୟଙ୍କର ଅଗ୍ନିକାଣ୍ଡ । ସେଠାରେ ରେଳ ଜଙ୍କସନ ନିକଟସ୍ଥ ଏକ ହୋଟେଲରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପ୍ରାୟ ୬ ଜଣଙ୍କର ଜୀବଦ ଯାଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ତେବେ ମୃତକଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ୩ ଜଣ ମହିଳା ରହିଛନ୍ତି । ନିଆଁ ଏତେ ଭୟଙ୍କର ହୋଇଯାଇଥôବଲା ଯେ ଆଖପାଖ ବିଲ୍ଡିଂ ମଧ୍ୟଏହା ସଂସ୍ୱର୍ଶରେ ଆସିଯାଇଥିଲା ।
ସୂଚନା ଅନୁଯାୟୀ,ସକାଳ ପ୍ରାୟ ୧୦ଟା ସମୟରେ ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩୦ ମିନିଟ୍ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ମାତ୍ର କିଛି ସମୟ ମଧ୍ୟରେ ହୋଟେଲ ମଧ୍ୟରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ହୋଟେଲର ନିକଟରେ ଥିବା କୋଠାକୁ ନିଆଁ ବ୍ୟାପି ଯାଇଥିଲା। ଏହି ଘଟଣା ପରେ ଷ୍ଟେସନ ରାସ୍ତାରେ ପ୍ରବଳ ଜାମ୍ ଦେଖିବାକୁ ମିଳିଥିଲା। ଏଯାଏଁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୬ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଓ ୩ ଜଣ ପୁରୁଷ ବୋଲି ଜଣାପଡିଛି। ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨୦ ଜଣଙ୍କୁ ଚିକିତ୍ସା ଜାରି ରଖିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ରୋଷେଇ ଗ୍ୟାସରୁ ନିଆଁ ଲାଗି ପରେ ଏହି ନିଆଁ ୪ ମହଲାକୁ ବ୍ୟାପି ଯାଇଥିଲା। ଉଦ୍ଧାର କାର୍ୟ୍ୟ ଜାରି ରହିଛି।

 

Related posts

ମେ’ ପହିଲାରୁ ବଦଳିବ GST ନିୟମ

mahabharatanews

ଆସନ୍ତା ୧୦ ରେ କର୍ଣ୍ଣାଟକ ନିର୍ବାଚନ, ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି

mahabharatanews

ସଡକ ଦୁର୍ଘଟଣାର ଶିକାର ହେଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ 

mahabharatanews