ଭାରତ

ସିକ୍କିମର ନାଥୁଲା ଘାଟିରେ ହିମସ୍ଖଳନ, ୬ ମୃତ

ସିକ୍କିମର ନାଥୁଲା ଘାଟିରେ ଆଜି ଭୟଙ୍କର ହିମସ୍ଖଳନ ହୋଇଛି। ବରଫ ଅତଡ଼ା ତଳେ ଫସି ବର୍ତ୍ତମାନ ସୁଦ୍ଧା ୭ ଜଣ ପର୍ୟ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ରହିଛି। ପ୍ରାୟ ୮୦ ପର୍ୟ୍ୟଟକ ଫଶି ରହିଥିବା ଆଶଙ୍କା କରାଯାଉଛି। ସେନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ, ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ସୁରକ୍ଷିତ ରହିଥିବା ପର୍ୟ୍ୟଟକ, ସ୍ଥାନୀୟ ପ୍ରଶାସନ ଓ ସେନା ପକ୍ଷରୁ ଲୋକଙ୍କୁ ବରଫ ଅତଡ଼ା ତଳୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛି। ସୂଚନା ଅନୁଯାୟୀ,ଗ୍ୟାଙ୍ଗଟକରୁ ନାଥୁଲାକୁ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରୋଡରେ ୧୫ତମ ମାଇଲରେ ସେନା ଓ ସ୍ଥାନୀୟ ପ୍ରଶାସନର ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି। ହିମସ୍ଖଳନ ସମୟରେ ଏହି ଅଞ୍ଚଳରେ ୩୫୦ରୁ ଅଧିକ ପର୍ୟ୍ୟଟକ ଥିବା ସୂଚନା ମିଳିଛି।
ସେନା ଅଧିକାରୀ କହିଛନ୍ତି ଯେ ବରଫରେ ଫସି ରହିଥିବା ୨୭ ପର୍ୟ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଗାଙ୍ଗଟୋକର ଏସଟିଏନଏମ ହସ୍ପିଟାଲ ଏବଂ ସେଣ୍ଟ୍ରାଲ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ ମିନିଟରେ ହିମସ୍ଖଳନ ଘଟିଥିଲା। ଚେକପୋଷ୍ଟର ଇନ୍ସପେକ୍ଟର ଜେନେରାଲ ସୋନମ ଟେନଜିଙ୍ଗ ଭୁଟିଆ କହିଛନ୍ତି ଯେ ପାସ୍ କେବଳ ୧୩ ମାଇଲ ପାଇଁ ଦିଆଯାଉଛି, କିନ୍ତୁ ପର୍ୟ୍ୟଟକମାନେ ବିନା ଅନୁମତିରେ ୧୫ ମାଇଲ ଆଡକୁ ଯାଉଛନ୍ତି। ଏହି ଘଟଣା ୧୫ ମାଇଲରେ ଘଟିଥିଲା ଜ୍ଝ ବର୍ତ୍ତମାନ ସିକ୍କିମ ପୋଲିସ, ସିକ୍କିମର ଟ୍ରାଭେଲ ଏଜେଣ୍ଟସ ଆସୋସିଏସନ, ପର୍ୟ୍ୟଟନ ବିଭାଗର ଅଧିକାରୀ ଏବଂ ଗାଡି ଡ୍ରାଇଭରଙ୍କ ଦ୍ୱାରା ଉଦ୍ଧାର କାର୍ୟ୍ୟ ଚାଲିଛି।

Related posts

ବରିଷ୍ଠ ନେତା ଆଜମ ଖାଁଙ୍କୁ ୧୦ ବର୍ଷ ଜେଲ ସହ ୧୪ ଲକ୍ଷ ଟଙ୍କା ଜରିମାନା

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୭୮୨ ସଂକ୍ରମିତ ଚିହ୍ନଟ

mahabharatanews

ବଢ଼ିଲା କୁଲିଙ୍କ ମଜୁରୀ 

mahabharatanews