ଭାରତ

ପରଲୋକରେ କୋଟିପତି ମହମ୍ମଦ୍‌ ଅଲ୍‌-ଫୟଦ୍ 

(ଲଣ୍ଡନ) : ପରଲୋକରେ କୋଟିପତି‘ହାରୋଜ୍‌ ଆଣ୍ଡ୍‌ ଫୁଲ୍‌ହମ୍‌ ଇସି’ (ମଲ୍‌) ଖରିଦ କରିଥିବା ଇଜିପ୍ଟର ବ୍ୟବସାୟୀ ମହମ୍ମଦ୍‌ ଅଲ୍‌-ଫୟଦ୍ । ତା‌ଙ୍କର ବୁଧବାର ଦିନ ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।  ମଧ୍ୟପ୍ରାଚ୍ୟ ଓ ଇଉରୋପ୍‌ରେ ରିୟଲ୍‌ ଇଷ୍ଟେଟ୍‌, ଜାହାଜ ଚଳାଚଳ ଓ ନିର୍ମାଣ କ୍ଷେତ୍ରରେ ବ୍ୟବସାୟର କରି ତାଙ୍କ ପରିବାରକୁ ସମୃଦ୍ଧ କରିଥିଲେ।

ସୂଚନାନୁଯାୟୀ ,  ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ପ୍ରାୟ ୨୬ ବର୍ଷ ତଳେ ପ୍ୟାରିସ୍‌ରେ ଭୟାବହ କାର୍‌ ଦୁର୍ଘଟଣାରେ ଇଂଲଣ୍ଡ୍‌ର ଯୁବରାଣୀ ଡାଏନାଙ୍କ ସହିତ ତାଙ୍କ ପୁଅ ଦୋଦିଙ୍କର ମୃତ୍ୟୁ ହୋଇଥିଲା। ଦୋଦି ଓ ଡାଏନାଙ୍କ ୨୬ତମ ମୃତ୍ୟୁ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଅଲ୍‌-ଫୟଦ୍‌ଙ୍କର ମୃତ୍ୟୁ ଘଟିଛି।

Related posts

ପଶ୍ଚିମ ବଙ୍ଗର ୧୦ ନିଖୋଜ ପବର୍ତ୍ତାରୋହଣକାରୀଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର

mahabharatanews

ବର୍ଷା ବିତ୍ପାତ, ୬ ଜିଲ୍ଲାରେ ସ୍କୁଲ ବନ୍ଦ 

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୦୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews