ଅପରାଧ

ଘର ସାମ୍ନାରେ ଖେଳୁଥିବା ବେଳେ ୬ ବର୍ଷର ଶିଶୁ ପୁତ୍ର ଅପହୃତ

ଗଜପତି: ୬ ବର୍ଷର ଶିଶୁ ପୁତ୍ର ଅପହରଣ । ପିଲାଟି ଘର ସାମ୍ନାରେ ଖେଳୁଥିବା ବେଳେ ଏକ ବାଇକରେ ଦୁଇ ଜଣ ଆସି ପିଲାଟିକୁ ଉଠାଇ ନେଇଛନ୍ତି । ଏହି ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅଧୀନରେ । ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଲୋକେ ସେମାନଙ୍କ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ।
କାଶୀନଗର ଏନଏସି ଅନ୍ତର୍ଗତ କୁମୁଟି ସାହିର ଯାମ୍ମି ମନ୍ମଧା ନାମକ ଜଣେ ବ୍ୟବସାୟୀଙ୍କ ୬ ବର୍ଷର ପୁଅ ଯାମ୍ମି ହାର୍ଦିକ ଗତକାଲି ସନ୍ଧ୍ୟାରେ ଘର ନିକଟରେ ସାଙ୍ଗମାନଙ୍କ ସହ ଖେଳୁଥିଲା । ବାଇକ୍‌ରେ ୨ ଜଣ ସେଠାରେ ପହଞ୍ଚି ହାର୍ଦିକକୁ ବାପା କେଉଁଠି ବୋଲି ପଚାରିଥିଲେ। ବାପା ଫ୍ୟାକ୍ଟ୍ରିରେ ଥିବା ହାର୍ଦ୍ଦିକ କହିବାରୁ ଫ୍ୟାକ୍ଟ୍ରି ଦେଖାଇକୁ କହି ପିଲାଟିକୁ ବାଇକ୍‌ ମଝିରେ ବସାଇ ସେଠାରୁ ଦ୍ରୁତ ବେଗରେ ପଳାଇଥିଲେ । ରାତି ହେବାରୁ ଘରେ ହାର୍ଦିକକୁ ଖୋଜିବାରୁ ସାଙ୍ଗମାନେ ଘଟଣା ସମ୍ପର୍କରେ ଜଣାଇଥିଲେ । ଏନେଇ ପୁଲିସକୁ ଖବର ଦିଆଯାଇଥିଲା । କାଶୀନଗର ପୁଲିସ ଓ ଗଜପତି ଏସପି ଘଟଣାସ୍ଥଳରେ ପହଞ୍ଚି ପିଲାକୁ ଖୋଜୁଛନ୍ତି । ତେବେ ଏହି ଘଟଣା ପଛରେ ବ୍ୟବସାୟିକ ଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି, ପୁଲିସ କାରଣ ଖୋଜିବା ସହ ପିଲାକୁ ଖୋଜୁଛି ।

SR

Related posts

ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ଚାକିରିର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଯୌନ ନିର୍ଯାତନା  

mahabharatanews

ବିରିଆନି ଖାଇ ଜଣେ ନାବାଳିକାର ମୃତ୍ୟୁ: ୨୯ ହସ୍ପିଟାଲରେ

mahabharatanews