ଅପରାଧ

ଭାରତ ଉପରେ ଚୀନର ଦୁଇ ହ୍ୟାକିଂ ସଂସ୍ଥାର ସାଇବର ଆକ୍ରମଣ

ନୂଆଦିଲ୍ଲୀ: ଭାରତର ୨୦ ଯବାନଙ୍କୁ ଚୀନ ସେନା ଗଲୱାନରେ ଆକ୍ରମଣ କରି ମାରିଦେବା ପରେ ଚୀନ ବିରୋଧ ହାୱା ଦେଶରେ ପ୍ରବାହିତ ହୋଇଛି । ଚୀନ ସାମଗ୍ରୀ ବର୍ଜନକୁ ପ୍ରାଥମିକତା ଦିଆଯାଇଛି । ଏପରି ସମୟରେ ଗୋଥିକ ପାଣ୍ଡା ଓ ଷ୍ଟୋନ୍‌ ପାଣ୍ଡା ଭଳି ଚୀନ ସରକାରଙ୍କର ଦୁଇ ହ୍ୟାକିଂ ସଂସ୍ଥା ଭାରତ ଉପରେ ତୀବ୍ର ସାଇବର ଆକ୍ରମଣ ଜାରି ରଖିଛନ୍ତି। ଭାରତର ୪୦ହଜାର ୩୦୦ ୱେବ୍‌ସାଇଟ୍‌ ହ୍ୟାକ୍‌ ଉଦ୍ୟମ କରିଛନ୍ତି ଚାଇନା ହ୍ୟାକର ବୋଲି ସିଙ୍ଗାପୁରସ୍ଥିତ ସାଇବର ସୁରକ୍ଷା ଗୁଇନ୍ଦା ସଂସ୍ଥା ‘ସିଫିର୍ମା ରିସର୍ଚ୍ଚ’ ସୂଚନା ଦେଇଛନ୍ତି । ଗତ ୫ ଦିନ ମଧ୍ୟରେ ଭାରତର ପ୍ରତିରକ୍ଷା, ବୈଦେଶିକ ମନ୍ତ୍ରଣାଳୟ, ଟେଲିକମ୍‌, ଔଷଧ କମ୍ପାନୀ ଗଣମାଧ୍ୟମ, ସ୍ମାର୍ଟଫୋନ୍‌ ନିର୍ମାଣକାରୀ ସଂସ୍ଥା, ବିଭିନ୍ନ ବ୍ୟବସାୟୀ ତଥା ଶିଳ୍ପ ସଂସ୍ଥା, ଭିତ୍ତିଭୂମି ନିର୍ମାଣ ସଂସ୍ଥା ଏବଂ ରିଲାଏନ୍ସ ଜିଓ ୱେବ୍‌ସାଇଟ୍‌ ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ ଓ ଘରୋଇ କାର୍ୟ୍ୟାଳୟର ୱେବ ସାଇଟ ଉପରେ ହ୍ୟାକର ଅ।।କ୍ରମଣ ଚେଷ୍ଟା ଚଳାଇଛନ୍ତି । ମହାରାଷ୍ଟ୍ର ସରକାରଙ୍କ ସାଇବର ବିଭାଗ ମଧ୍ୟ ସମାନ ସୂଚନା ଦେବା ସହ ସାଇବର ସୁରକ୍ଷା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ‘କ୍ବିକ୍‌ ହିଲ୍‌’ ସୁରକ୍ଷା ନିର୍ଦେଶକ ହିମାଂଶୁ ଦୁବେଙ୍କ ସୂଚନାନୁଯାୟୀ, ପାକିସ୍ତାନୀୟ ହ୍ୟାକରମାନେ ଏହି କାମରେ ଚୀନକୁ ସହଯୋଗ କରୁଛନ୍ତି। ଗୋଥିକ ପାଣ୍ଡା ଓ ଷ୍ଟୋନ୍‌ ପାଣ୍ଡା କେବଳ ଭାରତ ନୁହେଁ; ଜାପାନ, କାନାଡା ଓ ବ୍ରାଜିଲର ସାଇବର ସଂସ୍ଥାଗୁଡିକ ଉପରେ ଆକ୍ରମଣ କରୁଛି ।
ଚୀନର ସିଚୁଆନ ପ୍ରଦେଶ ଅନ୍ତର୍ଗତ ଚେଙ୍ଗୁଡ଼ୁର ଏହି ଆକ୍ରମଣ ସଂଯୋଜିତ ହେଉଥିବାର ପ୍ରମାଣ ମିଳିଛି। ସେମାନେ ବିଶେଷ ଭାବେ ସେବାରେ ବ୍ୟାଘାତ, ଆଇପି (ଇଣ୍ଟରନେଟ ପ୍ରୋଟୋକଲ) ଅପରହଣ ଓ ଫିଶିଂ ଭଳି ତିନି ପ୍ରକାର ଆକ୍ରମଣ ଚଳାଇଛନ୍ତି। ଏହାଦ୍ବାରା ଭାରତ ସରକାରଙ୍କ ବିଭିନ୍ନ ୱେବ୍‌ସାଇଟ୍‌ ତଥା ସାଇବର ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି ମହାରାଷ୍ଟ୍ର ପୁଲିସର ସାଇବର ସୁରକ୍ଷା ବିଭାଗ ଆଇଜି ଯଶସ୍ବୀ ଯାଦବ କହିଛନ୍ତି । ଏହାକୁ ସମର୍ଥନ କରି ଦୁବେ କହିଛନ୍ତି ଯେ ଚୀନ ହ୍ୟାକରମାନେ ଚୀନରେ ଥିବା ସାଇବର କମାଣ୍ଡ ଓ କେ୍‌ଣ୍ଟ୍ରାଲ ସର୍ଭର ଆଧାରିତ ମାଲାୱାର ବ୍ୟବହାର ମାଧ୍ୟମରେ ଆକ୍ରମଣ ଅବ୍ୟାହତ ରଖିଛନ୍ତି।

Related posts

ଯୁବତୀଙ୍କୁ ନିର୍ମମ ହତ୍ୟା, ଦୁଷ୍କର୍ମ ସନ୍ଦେହ

mahabharatanews

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟକ

mahabharatanews

ମହିଳାଙ୍କୁ ନୃଶଂସଭାବେ ହତ୍ୟା କଲା ଦିଅର

mahabharatanews