ଓଡିଶା

63 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ 2025 ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତା ଗୁଡା ରିଜର୍ଭ ପୋଲିସ ପଡ଼ିଆରେ  63 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ 2025 ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ।ଉପସ୍ଥିତ ଥିବା ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ପ୍ରତ୍ୟେକ ବର୍ଷ ସାରା ଭାରତ ବର୍ଷରେ ଡିସେମ୍ବର 6 ତାରିଖକୁ ଗୃହରକ୍ଷୀ ଦିବସ ପାଳିତ ହୋଇଥାଏ। ଭାରତ ସରକାରଙ୍କ କେବେନେଟର ନିଷ୍ପତ୍ତି ଅନୁଯାୟୀ ଗୃହ ମନ୍ତ୍ରାଳୟ ଦେଶର ସମସ୍ତ ରାଜ୍ୟ ସରକାର ମାନଙ୍କୁଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଠନ କରିବା ପାଇଁ ଆଦେଶ ଦେଇଥିଲେ।1962 ମସିହା ଭାରତ ଚୀନ ଯୁଦ୍ଧ ପରେ ଉପୁଜିଥିବା ଜରୁରୀ କାଳୀନ ପରିସ୍ଥିତି ପରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମୁଖ୍ୟ ଶାସନ ସଚିବ ମାନଙ୍କୁ ପରାମର୍ଶ ଦିଆଯାଇ ପ୍ରତ୍ୟେକ ରାଜ୍ୟରେ ଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଗୃହରକ୍ଷୀ ବାହିନୀ ସଙ୍ଘଠନରେ ମିଶାଇ  ଆବଶ୍ୟକ ସ୍ଥଳେ ଦେଶର ଏକ ବୃହତମ ସଙ୍ଘଠନ ରୂପେ ଦେଶର ଉପକାରରେ ଯେପରି ଆସିପାରିବେ ସେ ନେଇ ଚୂଡାନ୍ତ  ନିଷ୍ପତ୍ତି ନିଆଯାଇଥିଲା।ଗୃହରକ୍ଷୀମାନଙ୍କ କାର୍ଯ୍ୟ ହେଲା ସେମାନେ ପୋଲିସ ସାହାଯ୍ୟ ଓ ସହଯୋଗ କରିବା ସଙ୍ଗେ ସଙ୍ଗେ ଆଭ୍ୟନ୍ତରୀଣ ନିରାପତ୍ତା ରକ୍ଷା ଦିଗରେ ସହାୟକ ହେବେ। ବନ୍ୟା ବତ୍ୟା ମହାମାରୀ ଭଳି ଦୈବି ଦୁର୍ବିପାକ ସମୟରେ ଓ  ଘର ପୋଡି ଏବଂ ଅନ୍ୟାନ୍ୟ ଜରୁରୀ କାଳୀନ ପରିସ୍ଥିତି ସମୟରେ ଗୃହରକ୍ଷୀ ମାନେ ନିରବଚ୍ଛିନ୍ନ ସେବା ଯୋଗାଇଥାନ୍ତି।

ଗୃହରକ୍ଷୀ ମାନେ ଯାନବାହନ ଚଳାଇବା ଓ ଏହାର ନିୟନ୍ତ୍ରଣ, ବିଦ୍ୟୁତ, ଜଳ ଯୋଗାଣ ଓ ପ୍ରାଥମିକ ଚିକିତ୍ସା, ଅଗ୍ନି ନିର୍ବାପନ ଭଳି ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାରେ ସହାୟକ ହୋଇଥାନ୍ତି।ଗୃହରକ୍ଷୀ ମାନେ ସମାଜର ଦୁର୍ବଳ ଶ୍ରେଣୀ ଲୋକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ସାମ୍ପ୍ରଦାୟିକ ସଦଭାଵ ରକ୍ଷା ଦିଗରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।ଗୃହରକ୍ଷୀ ମାନେ ସାମାଜିକ ଓ ଆର୍ଥିକ ସଂସ୍କାର ଜନ ହିତକର ଓ କଲ୍ୟାଣ କାର୍ଯ୍ୟକ୍ରମ ଯଥା ପୌଢ ଶିକ୍ଷା ସ୍ୱାସ୍ଥ୍ୟରକ୍ଷା ପରିମଳ ଓ ଅନ୍ୟାନ୍ୟ ପ୍ରଗତିମୂଳକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥାନ୍ତି।ଏତଦ୍ବ୍ୟତୀତ  ଗୃହରକ୍ଷୀମାନେ  ବିଭିନ୍ନ ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ବାହିନୀକୁ ସଦାସର୍ବଦା ସାହାଯ୍ୟ ଓ ସହଯୋଗ କରିଥାନ୍ତି।ଟ୍ରାଫିକ ନିୟନ୍ତ୍ରଣ, ପହରା, ଗାର୍ଡଡିଉଟି,ଅତ୍ୟାବଶ୍ୟକ ସେବା ଯୋଗାଣ ପରିବହନ ବିଜୁଳି ପାଣି ଯୋଗାଣ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଥା ବନ୍ୟା ବତ୍ୟା ଉଧାର ଓ ରିଲିଫ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଗୃହରକ୍ଷୀମାନେ ନିଷ୍କାମ ସେବାର ଉଚ୍ଚ ପରମ୍ପରା ବଜାୟ ରଖି ଦେଶ ଓ ଜନସାଧାରଣଙ୍କ ସେବା କରି ଉଚ୍ଚ ପ୍ରଶଂସିତ ହୋଇଥାନ୍ତି। ଏହି ଅବସରରେ ଭାରତର ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଡିଜିଙ୍କ ବାର୍ତ୍ତା ପଠନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ଗୃହରକ୍ଷୀମାନେ ଉତ୍ତମ କାର୍ଯ୍ୟ କରିଥିବାରୁ ଆର୍ଥିକ ପ୍ରୋତ୍ସ।ହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅତିଥି ଭାବେ ପାରଳା ପୋର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଏସଡିପିଓ ମାଧବାନନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

Related posts

ପାଟଣାରେ ଘୂର୍ଣ୍ଣିଝଡ ରେ ଉଡିଲା ଛପର

mahabharatanews

ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ

mahabharatanews

ରାଜ୍ୟରେ ବାଘ ଗଣନା

mahabharatanews