ପାଟନା: ବିହାର ବିଧାନସଭାର ନବ ନିର୍ବାଚିତ ୨୪୩ ବିଧାୟକଙ୍କ ମଧ୍ୟରେ ୬୮ ପ୍ରତିଶତ ଅପରାଧିକ କାର୍ଯ୍ୟରେ ଲିପ୍ତରହିଛନ୍ତି । ଅର୍ଥାତ୍ ୧୯୪ ଜଣ ବିଧାୟକଙ୍କ ନାମରେ ରହିଛି ଅପରାଧିକ ମାମଲା । ନବ ନିର୍ବାଚିତ ବିଧାୟକଙ୍କୁ ନେଇ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ଏହି ତଥ୍ୟ ଦିଆଯାଇଛି । ନିର୍ବାଚନ ସମୟରେ ବିଧାୟକଙ୍କ ଦ୍ୱାରା ଦାଖଲ ସତ୍ୟପାଠରୁ ଏହା ଜଣାପଡିଛି । ତଥ୍ୟ ଅନୁଯାୟୀ, ନିର୍ବାଚି ୨୪୩ ବିଧାୟକଙ୍କ ମଧ୍ୟରୁ ମୋଟ୍ ୨୪୧ ଜଣଙ୍କ ସତ୍ୟପାଠ ଏଡିଆର ଦ୍ୱାରା ସମୀକ୍ଷା ହୋଇଥିବା ବେଳେ ଆଉ ବିଜେପି ଏବଂ ଆରଜେଡିର ଦୁଇ ବିଧାୟକଙ୍କ ସତ୍ୟପାଠ ସମୀକ୍ଷା ହୋଇ ନାହିଁ। ଦୁଇ ବିଧାୟକଙ୍କ ସତ୍ୟପାଠରେ ଅପରାôଧକ ତଥ୍ୟ ଅସ୍ପଷ୍ଟ ରହିଛି।
ଆରଜେଡିର ୭୫ ବିଧାୟକଙ୍କ ମଧ୍ୟରୁ ୫୪ ଜଣଙ୍କ ନାଁରେ ଅପରାଧ ଅଭିଯୋଗ ଥିôବା ବେଳେ ବିଜେପିର ୭୪ ବିଧାୟକଙ୍କ ମଧ୍ୟରୁ ୪୭, ଜେଡିୟୁର ୪୩ ବିଧାୟକଙ୍କ ମଧ୍ୟରୁ ୨୦ ଏବଂ କଂଗ୍ରେସର ୧୯ ବିଧାୟକଙ୍କ ମଧ୍ୟରୁ ୧୬ ଜଣଙ୍କ ନାମରେ ଅପରାଧିକ ମାମଲାରହିଛି । ୨୪୧ ବିଧାୟକଙ୍କ ମଧ୍ୟରୁ ୫୧ ପ୍ରତିଶତ ବିଧାୟକଙ୍କ ମଧ୍ୟରୁ ଗୁରୁତର ଅପରାଧ ଅଭିଯୋଗ ରହିଛି।