Uncategorized

ସମୁଦ୍ର ସେତୁ: ମାଳଦ୍ୱୀପରୁ ଆସିଲେ ୬୯୮ ପ୍ରବାସୀ

କୋଚି: ମାଳଦ୍ବୀପର ରାଜଧାନୀ ମାଲେରୁ ୬୯୮ ଭାରତୀୟଙ୍କୁ ନେଇ କେରଳର କୋଚିରେ ପହଁଞ୍ଚିଲା ଆଇଏନଏସ ଜଳାଶ୍ୱ । ୬୯୮ ଜଣଙ୍କ ମଧ୍ୟରେ ୧୯ ଜଣ ଗର୍ଭବତୀ ଅଛନ୍ତି । ବିଦେଶରେ ଥିବା ଭାରତୀୟଙ୍କୁ ଆକାଶ ପଥରେ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅପରେସନ ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି । ଠିକ୍ ସେମିତି ଜଳପଥରେ ଉଦ୍ଧାର ପାଇଁ ଚାଲିଛି ଅପରେସନ ସମୁଦ୍ର ସେତୁ । ସମସ୍ତ ପ୍ରବାସୀଙ୍କର ପରୀକ୍ଷା ତଥା ସ୍କ୍ରିନିଂ କରିବା ପାଇଁ କୋଚି ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଉପଜିଲ୍ଲାପାଳ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଯାତ୍ରା ପୂର୍ବରୁ ସମସ୍ତ ଯାତ୍ରୀଙ୍କଠାରୁ କରୋନା ଲକ୍ଷଣ ନେଇ ତଥ୍ୟ ସଂଗ୍ରହ କରାଯାଇଛି । ସମସ୍ତ ପ୍ରବାସୀ କେରଳରେ ପହଁଞ୍ଚିବା ପରେ ସେମାନଙ୍କର ସମସ୍ତ ବ୍ୟବସ୍ଥାର ତଦାରଖ କରୁଛନ୍ତି ପ୍ରଶାସନିକ ଅଧିକାରୀ । ଜଣେ ମେଡିକାଲ ଅଫିସର ସେମାନଙ୍କ କ୍ବାରେଣ୍ଟାଇନ ବ୍ୟବସ୍ଥାର ଅନୁଧ୍ୟାନ କରିବେ । ପ୍ରବାସୀମାନେ ଓହ୍ଲାଇବା ପରେ ସମସ୍ତଙ୍କ ଫୋନରେ ଆରୋଗ୍ୟ ସେତୁ ଆପ ଇନଷ୍ଟଲ କରାଯିବା ସହ ସବୁ ଯାତ୍ରୀଙ୍କ ପାଇଁ ବିଏସଏନଏଲର ଗୋଟିଏ ଗୋଟିଏ ସିମ ବ୍ୟବସ୍ଥା ମଧ୍ୟ କରାଯାଇଛି । ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପରେ ସମସ୍ତଙ୍କୁ ବସରେ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯିବ ।

Related posts

ମହାରାଷ୍ଟ୍ରରେ କରୋନାର ଚିତ୍ର

mahabharatanews

ଆଜି ସାହିନବାଗ ପ୍ରଦର୍ଶନକାରୀ ଶାହାଙ୍କୁ ଭେଟିବେ

mahabharatanews

ଦେଶରେ ଦିନକରେ ୬୪ ହଜାର ୫୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews