Uncategorized

କରୋନା ଆତଙ୍କ: ୧୪ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠାରୁ ସଂକ୍ରମଣ ମାମଲା ବଢ଼ିଚାଲିଛି। ଗତ କିଛି ଦିନ ଧରି ୨୪ ଘଣ୍ଟା ମଧ୍ୟରେ ଦେଶର ସଂକ୍ରମଣ ମାମଲା ତିନି ଗୁଣା ହେଉଛି। ମାର୍ଚ୍ଚ ୨୪ ମଧ୍ୟରାତ୍ରିରେ ଯେତେବେଳେ ଦେଶରେ ପ୍ରଥମ ପର୍ୟ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହେଲା ‌ସେତେବେଳେ ଦେଶରେ ମାତ୍ର ୫୨୫ ମାମଲା ଥିଲା। କିନ୍ତୁ ମେ’ ୪ତାରିଖ ତଥା ତୃତୀୟ ଲକ୍‌ଡାଉନ୍‌ର ପ୍ରଥମ ଦିନରୁ ଏଯାବତ୍‌ ଦେଶରେ ୧୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ମାତ୍ର ୪ ଦିନ ମଧ୍ୟରେ ଦେଶରେ ସଂକ୍ରମଣ ମାମଲା ୪୦ ହଜାରରୁ ୫୦ ହଜାରରେ ପହଞ୍ଚିଛି।
ଦେଶରେ ସଂକ୍ରମଣ ସଂଖ୍ୟା ୨୦ ହଜାର ହେବାକୁ ୯୦ ଦିନ ଲାଗିଥିବା ବେଳେ ମାତ୍ର ୯୬ ଘଣ୍ଟା‌ରେ ୧୦ ହଜାର ମାମଲା ସାମ୍ନାକୁ ଆସିଛି। ତଥ୍ୟ ଅନୁଯାୟୀ ଭାରତ ଏବେ ବିଶ୍ୱରେ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ତାଲିକାରେ ୨୦ଟି ରାଷ୍ଟ୍ର ମଧ୍ୟରେ ରହିଛି। କରୋନା ଯୋଗୁଁ ଆମେରିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆମେରିକା ପଛକୁ ସ୍ପେନ୍‌, ଇଟାଲି, ବ୍ରିଟେନ୍‌, ରୁଷ୍‌, ଫ୍ରାନ୍ସ, ଜର୍ମାନୀ, ବ୍ରାଜିଲ୍‌ , ତୁର୍କୀ, ଇରାନ୍‌, ଚୀନ୍‌ ଏବଂ କାନାଡ଼ାରେ ପଛକୁ ଭାରତ ରହିଛି। ତେବେ ବିଶ୍ୱରେ ୧୪ତମ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ସର୍ବାଧିକ ରହିଛି। ଆଉ ଅଳ୍ପ କିଛି ଦିନ ମଧ୍ୟରେ ଭାରତ ଚୀନ୍‌କୁ ଟପିଯିବ। ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀ ଏବେ ଭାରତ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ତେବେ ଲକ୍‌ଡାଉନ୍‌ କୋହଳ ହେବା ପରେ ଦେଶରେ ସଂକ୍ରମଣ ମାମଲା ବଢ଼ିଥିବାରୁ ଏ ନେଇ ପ୍ରଶ୍ନ ଉଠିଛି। ଆସନ୍ତା ୩-୪ ସପ୍ତାହ ମଧ୍ୟରେ ଭାରତରେ ସଂକ୍ରମଣ ଶିଖର ଛୁଇଁବ ବୋଲି ଏମ୍‌ସ୍‌ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ କହାଯାଇଛି।

Related posts

ନରବଣେ ହେବେ ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

mahabharatanews

୨ୟ ପର୍ୟ୍ୟାୟ ବନ୍ଦେ ଭାରତ ମିଶନ: ଫେରିବେ ୨୩ ହଜାର

mahabharatanews

ଗଣେଷ ନମିଳିଲେ କାହିଁକି ନଡିଆକୁ ପୂଜା କରାଯାଏ ଆସନ୍ତୁ ଜାଣିବା

mahabharatanews