ଓଡିଶା

ଥାଇଲାଣ୍ଡରେ ଫସିଛନ୍ତି ୭ ଓଡ଼ିଆ ଶ୍ରମିକ

କେନ୍ଦ୍ରାପଡ଼ା: ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୭ଜଣ ଓଡ଼ିଆ ଶ୍ରମିକ। ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଛନ୍ତି ସମସ୍ତେ। ୬ ମାସ ତଳେ ଥାଇଲାଣ୍ଡ ଯାଇ ପ୍ଲାଏବୋର୍ଡ କମ୍ପାନୀରେ କାମ କରୁଥିଲେ। ତେବେ ଦଲାଲ ଜରିଆରେ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ଯାଇଥିଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ରାଜକନିକାରୁ ୭ ଜଣ ଶ୍ରମିକ ଥାଇଲାଣ୍ଡ ଯାଇଥିବା ବେଳେ ସେଠାରେ ମିଳୁଛି ଅକଥନିୟ ନିର୍ଯାତନା। ଭିସା ସରି ଯାଥିବାରୁ ଗିରଫ କରିବାକୁ ପୋଲିସ ଖୋଜୁଛି । ଆଉ ପୋଲିସଠାରୁ ବଞ୍ଚିବାକୁ ଜଙ୍ଗଲରେ ଲୁଚୁଛନ୍ତି ୭ ଜଣ ଓଡ଼ିଆ ଶ୍ରମିକ। ଭିସା ବଢ଼ାଇବା କଥା କହିଲେ କିମ୍ବା ଟଙ୍କା ମାଗିଲେ ପୋଲିସ ଲଗାଇ ଗିରଫ କରିବାକୁ ଧମକ ଦେଉଛି କମ୍ପାନୀ ମଲିକ । ତେଣୁ ଭିଡିଓ କରି ସହାୟତା ପାଇଁ ପରିବାର ଲୋକଙ୍କୁ ଶ୍ରମିକମାନେ ନିବେଦନ କରିଛନ୍ତି।

Related posts

ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ 

mahabharatanews

ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ

mahabharatanews

ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ପାଇଁ ଚୂଡାନ୍ତ ନିଷ୍ପତ୍ତି ହେବ ୧୮ରେ

mahabharatanews