Uncategorized

ଶୋଇଥିଲେ, ଚଢିଗଲା ଟ୍ରକ: ୮ ଜଣଙ୍କ ମୃତ୍ୟୁ

ଅମ୍ରୋଲି: ରାସ୍ତା କଡରେ ଶୋଇଥିଲେ, ଚଢିଗଲା ଟ୍ରକ । ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ, ଏକାଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି । ଗୁଜୁରାଟର ଅମ୍ରୋଲି ଜିଲ୍ଲାରେ ଏହି ଅଘଟଣ ଘଟିଛି । ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ପୁଲିସ ସୂତ୍ରରୁ ପ୍ରକାଶ । ମୃତକଙ୍କ ମଧ୍ୟରେ ଦୁଇ ଜଣ ବୟସ୍କ ଏବଂ ୧୩ ବର୍ଷୀୟ ଦୁଇ ଶିଶୁ ଥିବା ବେଳେ ଅନ୍ୟ ଦୁଇ ଜଣ ଶିଶୁ ଗୁରୁତର ରୂପେ ଆହତ ହୋଇଛନ୍ତି। ରାସ୍ତା କଡରେ ୧୦ ଜଣ ଶୋଇଥିବା ବେଳେ ଏକ ଟ୍ରକ ଭାରସାମ୍ୟ ହରେଇ ସେମାନଙ୍କ ଉପରେ ଚଢିଯାଇଥିଲା ।
ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ପୁଲିସ ଗିରଫ କରି ଟ୍ରକ୍କୁ ମଧ୍ୟ ଜବତ କରିଛି । ତେବେ ଉକ୍ତ ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡି ଚଳାଉଥିଲେ କି ନାହିଁ ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏଥିସହ ଗୁରୁତରଙ୍କୁ ଚିକିତ୍ସା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।

 

Related posts

ସନ୍ନି ଦେଓଲ ବି ନିଖୋଜ, ଲାଗିଲା ପୋଷ୍ଟର

mahabharatanews

ଆଇପିଏଲ୍ ପରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍

mahabharatanews

ଏନକାଉଣ୍ଟରରେ ପୁଣି ଜଣେ ଆତଙ୍କୀ ନିହତ

mahabharatanews