ଓଡିଶା

ଆଜି ତିହିଡିରେ ୮ ଘଣ୍ଟା ବନ୍ଦ ପାଳନ 

(ଭଦ୍ରକ) : ନୂଆ ଏନ୍‌ଏସି ଦାବିକୁ ନେଇ ବଢ଼ିବାରେ ଲାଗୁଛି ଅଡ଼ୁଆ । ଆଜି ଭଦ୍ରକ ଜିଲ୍ଲା ତିହିଡିକୁ ଏନ୍‌ଏସି ମାନ୍ୟତା ଦାବିରେ ୮ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି । ତିହିଡି ବ୍ଲକ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାଠାରୁ ଦୋକାନ, ବଜାର ବନ୍ଦ କରାଯାଇଥିବା ବେଳେ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରାଯିବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ଆଜି ବିଭିନ୍ନ ସାମାଜିକ ସଂଗଠନ, ସାହିତ୍ୟ ସଂଗଠନ, ବରିଷ୍ଠ ନାଗରିକ ସଂଘ, ନବନିର୍ମାଣ କୃଷକ ସଂଗଠନ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତିହିଡ଼ି ବ୍ଲକରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୁରୁଣା ଥାନା, ବିଭିନ୍ନ ନିର୍ମାଣ ବିଭାଗର ଅଧିକାରୀଙ୍କ କାର୍ଯ୍ୟାଳୟ,ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ଅଗ୍ନିଶମ କେନ୍ଦ୍ର, ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ, ଏକାଧିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ତିହିଡ଼ିରେ ରହିଛି।

Related posts

ଲକ ଡାଉନ ସମୟରେ ରାତିରେ ପୁରୀ ସହରର ଚିତ୍ର

mahabharatanews

ଆଜି ରାଜ୍ୟର ୧୪ ଜିଲ୍ଲାରୁ ୧୩୬ ନୂତନ ପଜିଟିଭ ଚିହ୍ନଟ

mahabharatanews

୮ରୁ ବସ୍‌ ଧର୍ମଘଟ

mahabharatanews