ଓଡିଶା

ମିଜାଇଲ ପରୀକ୍ଷଣ ପାଇଁ ୮ ହଜାର ଲୋକ ଅସ୍ଥାୟୀଭାବେ ସ୍ଥାନାନ୍ତର

ବାଲେଶ୍ୱର: ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ପରୀକ୍ଷଣ କେନ୍ଦ୍ରଠାରୁ ଅଢେଇ କିଲୋମିଟର ଦୂରତା ମଧ୍ୟରେ ଥିବା ୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ପରୀକ୍ଷଣ କେନ୍ଦ୍ର ନିକଟ ୪ଟି ପଞ୍ଚାୟତର ୬ ଗାଁକୁ ଖାଲି କରାଯାଉଛି । ଏକ ଉଚ୍ଚଶକ୍ତି ସମ୍ପନ୍ନ ମିଜାଇଲ ପରୀକ୍ଷଣ ପାଇଁ ସ୍ଥାନାନ୍ତର କରାଯାଉଛି । ଏହି ଲୋକଙ୍କୁ ଆଜି ସକାଳୁ ୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରଶାସନ ରଖିବା ଆରମ୍ଭ କରିଛି । ଲୋକେ ସକାଳୁ ସକାଳୁ ଘର ଛାଡି ବାତ୍ୟା ଆଶ୍ରୟସ୍ଥଳୀକୁ ଯାଉଛନ୍ତି ।
ଏହି ଅସ୍ଥାୟୀ ବିସ୍ଥାପନ ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ କ୍ଷତିପୂରଣ ବାବାଦକୁ ଅର୍ôଥକ ସହାୟତା ପ୍ରଦାନ କରୁଛି । ବଡ ଲୋକଙ୍କୁ ମୁଣ୍ଡପିଛା ୩ଶହ ଟଙ୍କା, ଛୋଟ ପିଲାଙ୍କୁ ଦେଢଶହ ଟଙ୍କା, ଖାଦ୍ୟ ବାବଦରେ ୪୦ ଟଙ୍କା, ଆମୋଦ ପ୍ରମୋଦ ପାଇଁ ବଡଙ୍କୁ ୧୫ ଏବଂ ଛୋଟ ପିଲାଙ୍କ ବାବଦରେ ୧୦ ଟଙ୍କା ଲେଖାଘରେ ଚାବି ପକା ବାବଦରେ ପ୍ରତି ପରିବାରକୁ ୪୦ ଟଙ୍କା, ଗୋଖାଦ୍ୟ ପାଇଁ ଶହେ ଟଙ୍କା ଏବଂ ଚିଙ୍ଗୁଡି ଘେରିରେ କାମ କରୁଥିବା ଅଢେଇ ହଜାର ଲୋକଙ୍କୁ ମୁଣ୍ଡପିଛା ୩୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

SR

Related posts

ମେ’ ରେ ହେବ କଲରାପତରିଆ ବାଘ ଗଣନା

mahabharatanews

ଛେଳିମାନଙ୍କ ସହ ଭାସିଯାଇଥିବା ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

mahabharatanews

ନଭେମ୍ବର ୧୬ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ

mahabharatanews